ଓଡିଶା

odisha

ETV Bharat / state

ଦଶ ମାସରୁ ପଞ୍ଚାୟତରେ ଝୁଲୁଛି ତାଲା

ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତରେ ଦୁର୍ନୀତି ଏତେ ଚରମ ସୀମାରେ ପହଞ୍ଚିଲାଣି ଯେ ଦଶ ମାସ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଝୁଲୁଛି । ପଞ୍ଚାୟତର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡିବା ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

By

Published : Sep 7, 2019, 3:54 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ


ବୌଦ୍ଧ: ଦଶ ମାସ ହେଲାଣି ପଞ୍ଚାୟତ କାର୍ଯ୍ୟାଳୟରେ ଝୁଲୁଛି ତାଲା । ମାସିକ ବୈଠକ ଠାରୁ ଆରମ୍ଭ କରି ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ପଞ୍ଚାୟତବାସୀ । ପଞ୍ଚାୟତର ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡିବା ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ପଞ୍ଚାୟତରେ ଦୁର୍ନୀତି ଏତେ ଚରମ ସୀମାରେ ପହଞ୍ଚିଲାଣି ଯେ ଦଶ ମାସ ହେଲାଣି ଏଠାକୁ ଖୋଦ ସରପଞ୍ଚ ଆସୁ ନାହାନ୍ତି କିମ୍ବା ମାସିକ ବୈଠକ ମଧ୍ୟ ଅନୁଷ୍ଠିତ ହେଉନାହିଁ । ଫଳରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଏହି ପଞ୍ଚାୟତରେ ବାଟ ହୁଡିଛି ।

ଜଣେ ପିଅନ ଓ ନିର୍ଦ୍ଦିଷ୍ଟ କେତେକ ଓ୍ବାର୍ଡମେମ୍ବର ଆସି ପଞ୍ଚାୟତ କାର୍ଯ୍ୟାଳୟ ଖୋଲି ବସି ବସି ଯାଉଛନ୍ତି । ପଞ୍ଚାୟତରେ ଖୋଲାଖୋଲି ଭାବରେ ଦୁର୍ନୀତି କରି ସରପଞ୍ଚ ଓ ନିର୍ବାହୀ ଅଧିକାରୀ ଲକ୍ଷ ଲକ୍ଷ ଟଙ୍କାର ହିସାବ ଦେଇପାରୁ ନଥିବାବେଳେ ଏବେ ଅଭିଯୋଗ ପରେ ଏସବୁର ତଦନ୍ତ ଆରମ୍ଭ ହୋଇଛି ।

ଏପଟେ ଏଠାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଇଙ୍ଗିତରେ ପଞ୍ଚାୟତର କାର୍ଯ୍ୟ ସମ୍ପାଦନ ହେଉଥିବା ଚର୍ଚ୍ଚା ହେଉଛି । ଏସମ୍ପର୍କରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ଉଭୟ ଚୋର ମୁହଁ ଟାଣ ଭଳି ଯାହା ହେବ ଦେଖାଯିବ ବୋଲି ରୋକଠୋକ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details