ଓଡିଶା

odisha

କୋରୋନା କାଳରେ କିରୋସିନ କଳାବଜାରୀ ଅଭିଯୋଗ

By

Published : May 30, 2021, 7:41 AM IST

ମହାମାରୀ ନିୟନ୍ତ୍ରଣ କାର୍ଯ୍ୟରେ ପ୍ରଶାସନ ନିୟୋଜିତ ଥିବାବେଳେ ଏହାର ଫାଇଦା ନେଇ ଜିଲ୍ଲାରେ ପୁଣି ମାତିଛନ୍ତି କିରୋସିନି କଳାବଜାରୀ ବେପାରୀ । ଅଧିକ ପଢନ୍ତୁ...

କିରୋସିନ କଳାବଜାରୀ ଅଭିଯୋଗ
କିରୋସିନ କଳାବଜାରୀ ଅଭିଯୋଗ

ବୌଦ୍ଧ:କୋରୋନା ସମୟରେ ବଢୁଛି କଳାବଜାରୀ କରବାର । ମହାମାରୀ ନିୟନ୍ତ୍ରଣ କାର୍ଯ୍ୟରେ ପ୍ରଶାସନ ନିୟୋଜିତ ଥିବାବେଳେ ଏହାର ଫାଇଦା ନେଇ ଜିଲ୍ଲାରେ ପୁଣି ମାତିଛନ୍ତି କିରୋସିନି କଳାବଜାରୀ ବେପାରୀ । ଏପରି ଘଡିସନ୍ଧି ମୂହୁର୍ତ୍ତରେ କଳାବଜାରୀ ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି ।

କିରୋସିନ କଳାବଜାରୀ ଅଭିଯୋଗ

ଜିଲ୍ଲାର ଅନେକ ପଞ୍ଚାୟତରେ କିରୋସିନି କଳବଜାରୀ ବଢିବାରେ ଲାଗିଛି । ଜିଲ୍ଲା ବାଉଁଶୁଣୀ ପଞ୍ଚାୟତରେ ଲିଟର ପିଛା 45ଟଙ୍କା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଫଳରେ ଗରିବ ଖାଉଟି ହନ୍ତସନ୍ତ ହେଉଛନ୍ତି । ଏ ନେଇ ତୁରନ୍ତ ପ୍ରଶାସନକୁ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ ।

ସେପଟେ ଜିଲ୍ଲାରେ ଦିନକୁ ଦିନ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଗତକାଲି ଦିନକରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ 257 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଟୀକାକରଣ ଓ ସ୍ବାବ ସଂଗ୍ରହ କାର୍ଯ୍ୟ ଜୋରଦାର ଚାଲିଛି ।

ବୌଦ୍ଧରୁ ସତ୍ଯନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details