ବୌଦ୍ଧ: ବିପଦଶଙ୍କୁଳ ଅବସ୍ଥାରେ ନଦୀ ମୁହାଣରେ ଉଠା ଜଳସେଚନ ପ୍ରକଳ୍ପ । ବୌଦ୍ଧ ଜିଲ୍ଲାର କରଡି ଠାରେ ମହାନଦୀ ଓ ଜାମୁଜୋର ଝରଣା ମୁହାଣ ନିକଟରେ ରହିଛି ଏକ ଉଠା ଜଳସେଚନ ପ୍ରକଳ୍ପ । ମାତ୍ର ଗତ କିଛିଦିନ ତଳେ ହୋଇଥିଲା ବନ୍ୟାରେ ଜାମୁଜୋର ଝରଣାର କୂଳଖାଇ ମାଟି ଧୋଇ ଯାଇଥିଲା ।
ଯାହାଫଳରେ ପ୍ରକଳ୍ପକୁ ସଂଯୋଗ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମରଟି ବିପଦଶଙ୍କୁଳ ଅବସ୍ଥାରେ ରହିଛି। ଏହି ଘଟଣାକୁ ନେଇ ଲୋକେ ଏବେ ଭୟ ଓ ଆଶଙ୍କାରେ ରହିଛନ୍ତି । କୌଣସି ସମୟରେ ମଧ୍ୟ ଏଠାରେ ଅଘଟଣ ଘଟିବାର ଆଶଙ୍କା ଥିବାରୁ ଏହାକୁ ସ୍ଥାନାନ୍ତର କିମ୍ବା ଅନ୍ୟ କୌଣସି ବିହିତ ପଦକ୍ଷେପ ଗ୍ରହଣ କରାଯିବାକୁ କରଡିର ଚାଷୀମାନେ ଦାବି କରିଛନ୍ତି ।