ଓଡିଶା

odisha

ETV Bharat / state

ଝରଣା ଡେଇଁ ୧୨ କିଲୋମିଟର ଚାଲି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ CDPO

ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବା ଅଞ୍ଚଳରେ ଚାଲି ଚାଲି ପହଞ୍ଚିଲେ କଣ୍ଟାମାଳ ସିଡିପିଓ । ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଲେ ମହିଳା ସିଡିପିଓ । ଅଧିକ ପଢନ୍ତୁ

By

Published : Dec 17, 2022, 12:15 PM IST

kantamala cdpo help remote area people
kantamala cdpo help remote area people

kantamala cdpo help remote area people

ବୌଦ୍ଧ:ଚର୍ଚ୍ଚାରେ ସରକାରୀ ମହିଳା କର୍ମଚାରୀ । ଦୁର୍ଗମ ତଥା ମାଓ ଅଧ୍ୟୁଷିତ ଅଞ୍ଚଳରେ ପାହାଡ ଡେଇଁ ଜଙ୍ଗଲ ମଧ୍ୟରେ ଚାଲି ଚାଲି ହିତାଧିକାରୀଙ୍କ ନିକଟରେ ପହଞ୍ଚିଲେ କଣ୍ଟାମାଳ ସିଡିପିଓ । ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିବା କଣ୍ଟାମାଳ ବ୍ଲକର କାନିସେମେଲ, ଡୁମାଲପଖାଲ, ସମାଡାଙ୍ଗୀ, ତୁଡିବାହାଲ ଭଳି ଅନେକ ବଣ ଜଙ୍ଗଲ ଘେରା ତଥା ମାଓ ଉପଦ୍ରବ ଅଞ୍ଚଳରେ ଖୋଦ କଣ୍ଟାମାଳ ସିଡିପିଓ ପହଞ୍ଚି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସ୍ଥାନୀୟ ହିତାଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏଥିସହ ଅଣ୍ଡା, ଛତୁଆ ଖାଦ୍ୟ ସହିତ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।

ଦୁଇ ମହିଳା ସହଯୋଗୀଙ୍କ ସହ ସିଡିପିଓ ଜ୍ୟୋସ୍ନାରାଣୀ ପାଢ଼ୀ ଏସବୁ ଦୁର୍ଗମ ଅଞ୍ଚଳକୁ ପାହାଡି ନାଳ ଝରଣା ଡେଇଁ ଦଶରୁ ବାର କିଲୋମିଟର ବାଟ ଚାଲି ଚାଲି ଯାଇ ପହଞ୍ଚି ଥିଲେ । ଏସବୁ ଅଞ୍ଚଳକୁ ଯୋଗାଯୋଗର ବିଚ୍ଛିନ୍ନତା ହେତୁ ଅନେକ ଯୋଜନାରୁ ଏମାନେ ବାଦ ପଡୁଥିବା ବେଳେ ସମାଡାଙ୍ଗୀ ଠାରେ ଏକ ମିନି ଅଙ୍ଗନବାଡି କେନ୍ଦ୍ର ଅତ୍ୟନ୍ତ ଜରୁରୀ ଥିବା ହୃଦବୋଧ ହୋଇଥିଲା । ତେଣୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସିଡିପିଓ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଚ୍‌ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ବେଲ୍ଟରେ ଆକ୍ରମଣ, ୩ ଗିରଫ

ବର୍ତ୍ତମାନ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ଜାରି ଥିବାରୁ ଅନେକ ଅଞ୍ଚଳରେ ମହିଳା ଓ ଶିଶୁ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଓ କର୍ମଚାରୀ ସ୍ଥାନୀୟ ମହିଳା ଗୋଷ୍ଠୀଙ୍କ ସହାୟତାରେ ଅଣ୍ଡା, ଛତୁଆ ଭଳି ବିଭିନ୍ନ ସାମଗ୍ରୀ ବିତରଣ କରୁଛନ୍ତି । କିନ୍ତୁ ବର୍ଷ ତମାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଥିବା କଣ୍ଟାମାଳ ବ୍ଲକର କାନିସେମେଲ, ଡୁମାଲପଖାଲ,ସମାଡାଙ୍ଗୀ,ତୁଡିବାହାଲ ଭଳି ଅନେକ ବଣ ଜଙ୍ଗଲ ଘେରା ତଥା ମାଓ ଉପଦ୍ରବ ଅଞ୍ଚଳରେ ଖୋଦ କଣ୍ଟାମାଳ ସିଡିପିଓ ପହଞ୍ଚି ଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details