ଓଡିଶା

odisha

ETV Bharat / state

କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କଣ୍ଟାମାଳ ବନାଞ୍ଚଳ - ଜଙ୍ଗଲ ସମ୍ପଦ

ମାଫିଆଙ୍କ ଟାର୍ଗେଟରେ ବୌଦ୍ଧର ବିଭିନ୍ନ ଜଙ୍ଗଲ ସମ୍ପଦ । ତେବେ ବୌଦ୍ଧ ବନଖଣ୍ଡ ଅଧିକାରୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ବନାଞ୍ଚଳର ଘଣ୍ଟାପଡା ଅଞ୍ଚଳରୁ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ଏକ କାଠ ଗଣ୍ଡି ବୋଝେଇ ଟ୍ରକକୁ ସ୍ବତନ୍ତ୍ର ସ୍କ୍ବାର୍ଡ ଜବତ କରିଛି । ଅଧିକ ପଢନ୍ତୁ...

କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କଣ୍ଟାମାଳ ବନାଞ୍ଚଳ
କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କଣ୍ଟାମାଳ ବନାଞ୍ଚଳ

By

Published : Apr 8, 2021, 1:33 PM IST

ବୌଦ୍ଧ: ମାଫିଆଙ୍କ ଟାର୍ଗେଟରେ ବିଭିନ୍ନ ଜଙ୍ଗଲ ସମ୍ପଦ । କେତେବେଳେ ବନ୍ୟଜନ୍ତୁଙ୍କ ଶୀକାର ପାଇଁ ତ ପୁଣି କେତେବେଳେ ଚୋରାକାଠ ଚାଲାଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମାଫିଆ । ବୌଦ୍ଧ ଜିଲ୍ଲାର ପାଞ୍ଚଟି ବନାଞ୍ଚଳରେ ପୁରି ରହିଛି ଜଙ୍ଗଲ ସମ୍ପଦ । ତେବେ ବନ୍ୟଜନ୍ତୁ ଶୀକାରଠାରୁ ଆରମ୍ଭ କରି ଚୋରା ମୋରମ, ମେଟାଲ ଚାଲାଣ ସହ ଚୋରାକାଠ ଚାଲାଣ ଜଙ୍ଗଲ ବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି ଚୋରାକାଠର ରାକେଟ କେବଳ ରାଜ୍ୟ ଭିତରେ ସୀମିତ ନରହି ରାଜ୍ୟ ବାହାରକୁ ରିତିମତ ଚାଲାଣ ହେଉଛି । ଏଭଳି ଏକ ଚୋରାକାଠ ରାକେଟକୁ ଧରିଛି ବୌଦ୍ଧ ବନଖଣ୍ଡର ସ୍ବତନ୍ତ୍ର ସ୍କ୍ବାଡ ।

କାଠ ମାଫିଆଙ୍କ ଭୂସ୍ବର୍ଗ ପାଲଟିଛି କଣ୍ଟାମାଳ ବନାଞ୍ଚଳ

ବୌଦ୍ଧ ବନଖଣ୍ଡ ଅଧିକାରୀ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ବନାଞ୍ଚଳର ଘଣ୍ଟାପଡା ଅଞ୍ଚଳରୁ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିବା ଏକ କାଠ ଗଣ୍ଡି ବୋଝେଇ ଟ୍ରକକୁ ସ୍ବତନ୍ତ୍ର ସ୍କ୍ବାଡ ଜବତ କରିଛି । ଏନେଇ ସମ୍ବଲପୁର ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କୁ ଜଙ୍ଗଲ ବିଭାଗ ଗିରଫ କରିଛି । ତେବେ କଣ୍ଟାମାଳ ବନାଞ୍ଚଳରୁ ବାରମ୍ବାର ଏଭଳି ଚୋରାକାଠ ଚାଲାଣ ହେଉଥିବା ନେଇ ସ୍ଥାନୀୟ ବନ କର୍ମଚାରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି ।

ସେପଟେ ବଘିଆପଡା ଜଙ୍ଗଲ ଅଞ୍ଚଳର ଜାମୁଖୋଲ ବିଟ ଅନ୍ତର୍ଗତ ମେନିଆପାଜୁ ଅଞ୍ଚଳରେ ବ୍ୟାପକ ଶାଗୁଆନ ଗଛ କଟାଯାଇ ଚୋରା ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details