ବୌଦ୍ଧ: ଏଣିକି ବାଲ୍ୟବିବାହ ହେଲେ କଠୋର ପଦକ୍ଷେପ ଗ୍ରହଣ କରିବ ପ୍ରଶାସନ । ସମଗ୍ର ବ୍ଲକକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ପାଇଁ ଶପଥ ଗ୍ରହଣ କରିଛି ସମନ୍ବିତ ଶିଶୁ ପ୍ରକଳ୍ପ ବିଭାଗ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅନେକ ଉପାନ୍ତ ଅଞ୍ଚଳରେ ଦିନେ ଶହ ଶହ ବାଲ୍ୟବିବାହ ଏକ ସାଧାରଣ କଥା ଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ ଆହ୍ବାନ କ୍ରମେ ବ୍ଲକର ପଚାଶରୁ ଊର୍ଦ୍ଧ୍ବ ଗ୍ରାମକୁ ବାଲ୍ୟବିବାହ ମୁକ୍ତ(free of child marriage) ଗ୍ରାମ ଭାବରେ ଗ୍ରହଣ କରାଯାଇଛି । ଏଣିକି ସମଗ୍ର ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ କଣ୍ଟାମାଳ ବ୍ଲକକୁ ବାଲ୍ୟବିବାହ ମୁକ୍ତ ପାଇଁ ଶପଥ ନେଇଛି ବିଭାଗ ।
କଣ୍ଟାମାଳ ବ୍ଲକକୁ ବାଲ୍ୟବିବାହ ମୁକ୍ତ ପାଇଁ କଠୋର ପଦକ୍ଷେପ - କଣ୍ଟାମାଳ ବ୍ଲକ ହେବ ବାଲ୍ୟବିବାହ ମୁକ୍ତ
ଏଣିକି ବାଲ୍ୟବିବାହ ହେଲେ କଠୋର ପଦକ୍ଷେପ ଗ୍ରହଣ କରିବ ପ୍ରଶାସନ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକକୁ ବାଲ୍ୟବିବାହ ମୁକ୍ତ ପାଇଁ ଶପଥ ଗ୍ରହଣ କରିଛି ସମନ୍ବିତ ଶିଶୁ ପ୍ରକଳ୍ପ ବିଭାଗ । ଅଧିକ ପଢନ୍ତୁ
କଣ୍ଟାମାଳ ବ୍ଲକକୁ ବାଲ୍ୟବିବାହ ମୁକ୍ତ ପାଇଁ କଠୋର ପଦକ୍ଷେପ
ବାଲ୍ୟବିବାହ ହେଲେ ଉଭୟ ବର ଓ କନ୍ୟା ପକ୍ଷ ସମେତ ଏଥିରେ ଯୋଗ ଦେଇଥିବା ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସିଡିପିଓ ସୂଚନା ଦେଇଛନ୍ତି । ମଙ୍ଗଳବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବାଲ୍ୟବିବାହ ରୋକିବାରେ ତଥା ସଚେତନତା ସୃଷ୍ଟି କରିଥିବା ଅଙ୍ଗନବାଡି କର୍ମୀ ଓ ସୁପରଭାଇଜରଙ୍କୁ ସମ୍ମାନୀତ କରାଯାଇଥିଲା । ତେବେ କଣ୍ଟାମାଳ ବ୍ଲକକୁ ସମ୍ପୂର୍ଣ୍ଣ ବାଲ୍ୟବିବାହ ମୁକ୍ତ ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଲ୍ୟବିବାହ ନିଷେଧ ଅଧିକାରୀ ସୂଚନା ଦେଇଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ