ବୌଦ୍ଧ:ଜିଲ୍ଲାରେପୌର ନିର୍ବାଚନ ପାଇଁଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କଲେ କନ୍ଧମାଳ ସାଂସଦ । ଆଜି(ରବିବାର) କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଦିନିକିଆ ବୌଦ୍ଧ ଗସ୍ତରେ ଆସି ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରଚାର କରିଥିଲେ । କନ୍ଧମାଳ ସାଂସଦଙ୍କ ସହିତ ବୌଦ୍ଧ ବିଧାୟକ ଓ ସମସ୍ତ ପ୍ରାର୍ଥୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
Municipal Election: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କନ୍ଧମାଳ ସାଂସଦ - Election 2022
ଦଳୀୟ ପ୍ରାର୍ଥୀଙ୍କ ପାଇଁ ବୌଦ୍ଧରେ ଭୋଟ ଭିକ୍ଷା କଲେ କନ୍ଧମାଳ ସାଂସଦ । ରବିବାର ଦିନିକିଆ ଗସ୍ତରେ ବିଜେଡି ସାଂସଦ ବୌଦ୍ଧ ଗସ୍ତରେ ଆସି ବିଭିନ୍ନ ବସ୍ତିରେ ମାରାଥନ ପ୍ରଚାର କରିଥିଲେ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କନ୍ଧମାଳ ସାଂସଦ
ପୌର ଫାଇଟ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କନ୍ଧମାଳ ସାଂସଦ
ଏହି ଅବସରରେ ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ସାଂସଦ ଓ ଅନ୍ୟ ବିଜେଡି ନେତା । ବିଜେଡି ପକ୍ଷରୁ ଏକ ବିରାଟ ଶୋଭାଯାତ୍ରାରେ ବୁଟୁପାଲିଠାରୁ ଆରମ୍ଭ କରି ବାପୁଜୀ ନଗର ପର୍ଯ୍ୟନ୍ତ ଆସିଥିଲା । ଏହି ଶୋଭାଯାତ୍ରା ବୁଟୁପାଲିଠାରୁ ବାହାରି ରାଜନପାଲି, ଖଲିଆବଗିଚା, ଗାନ୍ଧୀ ଛକ, ଭୈରବୀ ଛକ, ପୋଡାପୋଡା, ନୂଆସାହି ଦେଇ ଶେଷରେ ବାପୁଜୀ ନଗର ବସ୍ତିରେ ପହଞ୍ଚିଥିଲା । ବୌଦ୍ଧରେ ବିଜେଡି ଦଳ ଭଲ ପ୍ରଦର୍ଶନ କରିବ ବୋଲି ସାଂସଦ ଓ ବିଧାୟକ ଆଶା ପ୍ରକାଶ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ