ଓଡିଶା

odisha

ETV Bharat / state

Panchayat Election: ବୌଦ୍ଧରେ ଗୋଟିଏ ବି ଆସନ କନ୍ଧ ସମ୍ପ୍ରଦାୟଙ୍କ ପାଇଁ ସଂରକ୍ଷିତ ନାହିଁ - ବୌଦ୍ଧ ପଞ୍ଚାୟତ ନିର୍ବାଚନ ଖବର

ପଞ୍ଚାୟତ ନିର୍ବାଚନକୁ ନେଇ ସାରା ଓଡିଶାରେ ତେଜିବାରେ ଲାଗିଛି ଅସନ୍ତୋଷ । ପୁନଃ ସଂରକ୍ଷଣ ତାଳିକା ପ୍ରକାଶ ପାଇବା ପରେ ଜିଲ୍ଲାର କନ୍ଧ ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଅଧିକ ପଢନ୍ତୁ

Panchayat Election
Panchayat Election

By

Published : Dec 31, 2021, 4:55 PM IST

ବୌଦ୍ଧ:ପଞ୍ଚାୟତ ନିର୍ବାଚନ (Panchayat Election) କୁ ନେଇ ସାରା ଓଡିଶାରେ ତେଜିବାରେ ଲାଗିଛି ଅସନ୍ତୋଷ । ପୁନଃ ସଂରକ୍ଷଣ ତାଳିକା ପ୍ରକାଶ ପାଇବା ପରେ ଜିଲ୍ଲାର କନ୍ଧ ସମ୍ପ୍ରଦାୟଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

Panchayat Election: ବୌଦ୍ଧରେ ଗୋଟିଏ ବି ଆସନ କନ୍ଧ ସମ୍ପ୍ରଦାୟଙ୍କ ପାଇଁ ହେଲା ନାହିଁ ସଂରକ୍ଷଣ

କାରଣ ଜିଲ୍ଲାର 69 ଟି ପଞ୍ଚାୟତ ମଧ୍ୟରୁ ଗୋଟିଏ ମଧ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ହୋଇନାହିଁ । ବୌଦ୍ଧ ଜିଲ୍ଲାର 69 ପଞ୍ଚାୟତ ମଧ୍ୟରୁ ଗୋଟିଏ ବି ପଞ୍ଚାୟତରେ ସରପଞ୍ଚ ପାଇଁ ଏସଟି ବା ଅନସୂଚିତ ଜନଜାତିଙ୍କ ପାଇଁ ଆଦୌ ସ୍ଥାନ ସଂରକ୍ଷଣ ହୋଇନାହିଁ । ଏଣୁ ଏନେଇ କନ୍ଧ ସଂପ୍ରଦାୟ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତ ପାଇଁ ପ୍ରଶାସନ ନୂତନ ସଂରକ୍ଷଣ ତାଲିକା ପ୍ରକାଶ କରିଥିବା ବେଳେ ଏନେଇ କନ୍ଧ ସଂପ୍ରଦାୟର ପ୍ରାର୍ଥୀଙ୍କ ପାଇଁ କୌଣସି ସ୍ଥାନ ନଥିବାରୁ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଉତ୍ତେଜନା ପ୍ରକାଶ ପାଇଛି ।

ସେହିପରି ଜିଲ୍ଲାର ଅନ୍ୟାନ୍ୟ ପଞ୍ଚାୟତରେ ମଧ୍ୟ ଏସସି , ଏସଟି ଓ ଅନ୍ୟାନ୍ୟ ସଂରକ୍ଷଣ ତାଲିକା କୁନେଇ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details