ବୌଦ୍ଧ:ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହିତ ମା' ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଛି । ଏଥିସହିତ ବିଭିନ୍ନ ସ୍ଥାନରେ ପବିତ୍ର ଗିରି ଗୋବର୍ଦ୍ଧନ ପୂଜନ ଉତ୍ସବ ଆୟୋଜିତ ହୋଇଛି । ପବିତ୍ର ଦୀପବଳି ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମା'ଙ୍କ ପୂଜା ଆନନ୍ଦ ଉଲ୍ଲାସର ସହିତ ଆରମ୍ଭ ହୋଇଛି । ରବିବାର ମଧ୍ୟରାତ୍ରିରେ ମା' କାଳୀଙ୍କୁ ଆବାହନ କରାଯାଇଥିଲା । ସୋମବାର କାଳୀ ପୂଜା ଦ୍ୱିତୀୟ ଦିନରେ ପହଞ୍ଚିଛି । ପ୍ରତି ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମଳିଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମା'ଙ୍କ ପୂଜାର୍ଚ୍ଚନା ସହିତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ବୌଦ୍ଧ ସହରରଭୈରବୀ ମାର୍କେଟ ଓ ଶିବାନୀ ମାର୍କେଟ ପକ୍ଷରୁ ଗତ ୩୦ ବର୍ଷ ଧରି ମା'ଙ୍କ ପୂଜା ଅନୁଷ୍ଠିତ ହୋଇଆସୁଛି । ପାରମ୍ପରିକ ରୀତିନୀତି ଅନୁସାରେ ମା'ଙ୍କୁ ଆବାହାନ କରାଯାଇଛି । ଏଠାରେ ମା' ଶ୍ୟାମାକାଳୀଙ୍କ ଠାରେ ଦଶ ମହାବିଦ୍ୟାଙ୍କୁ ପୂଜା କରାଯିବାର ସ୍ୱତନ୍ତ୍ର ପରମ୍ପରା ରହିଥିବା ବେଳେ କୁଷ୍ମାଣ୍ଡ ଛେଦର ପରମ୍ପରା ଆଦି ରହିଛି । ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜହ୍ନାପଙ୍ଗ ଛକ ଠାରେ କାଳୀପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଦୀପଦାନର ଦ୍ୱିତୀୟ ସନ୍ଧ୍ୟାରେ ପ୍ରତ୍ୟେକ ପରିବାରର ଗୃହ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରାଯାଇଥିଲା ଦେଖିବାକୁ ମିଳିିଛି ।
ଏହାମଧ୍ୟ ପଢନ୍ତୁ:ପୋଡପୋଡାରେ ଦକ୍ଷିଣ କାଳୀ ପୂଜା: ପଣାରେ ମହକିଲା ମା'ଙ୍କ ପୀଠ, ୪ ଶହ ପଶୁ ସମର୍ପିତ