ଓଡିଶା

odisha

ETV Bharat / state

ଆନନ୍ଦ ଉଲ୍ଲାସରେ ଜନ୍ମାଷ୍ଟମୀ ପାଳିତ - ଜନ୍ମାଷ୍ଟମୀ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ଭିଡ

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବିଭିନ୍ନ ଧାର୍ମିକ ପୀଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଥିବା ବେଳେ କୁନି କୁନି ଛାତ୍ରଛାତ୍ରୀଙ୍କ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନଗର ଭ୍ରମଣ ବେଶ ଆକର୍ଷଣୀୟ ହୋଇଥିଲା । ଅଧିକ ପଢନ୍ତୁ

JANMASHTAMI FESTIVAL CELEBRATED IN BOUDH
ବୌଦ୍ଧରେ ଆନନ୍ଦ ଉଲ୍ଲାସରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ

By

Published : Aug 18, 2022, 5:09 PM IST

ବୌଦ୍ଧ: ଆଜି ପବିତ୍ର ଜନ୍ମାଷ୍ଟମୀ । ଦୁଇ ବର୍ଷର କୋଭିଡ ବ୍ୟବଧାନ ପରେ ସାରା ଜିଲ୍ଲାରେ ଧୁମଧାମରେ ଏହି ପର୍ବ ପାଳନ ହୋଇଛି । ତେବେ ସାରା ଜିଲ୍ଲା କୃଷ୍ଣମୟ ହେବା ସହିତ ରାଧାକୃଷ୍ଣଙ୍କ ଆରାଧନାରେ ତଲ୍ଲୀନ ।

ବୌଦ୍ଧରେ ଆନନ୍ଦ ଉଲ୍ଲାସରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠ ବିଶେଷ ଭାବରେ ବୌଦ୍ଧ ରାଜବାଟୀ ନିକଟରେ ଥିବା ଶତାଧିକ ବର୍ଷ ପ୍ରାଚୀନ ଶ୍ରୀ ମଦନମୋହନ ମନ୍ଦିରଠାରେ ସ୍ବତନ୍ତ୍ର ରୀତିନୀତିରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳିତ ହୋଇଛି ।

ଜନ୍ମାଷ୍ଟମୀ ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ମନ୍ଦିରରେ ପରିଲକ୍ଷିତ ହୋଇଥିଲା । ବିଶେଷ କରି ମନମୁଣ୍ଡା, ବାଉଁଶୁଣୀ, ଡମ୍ବରୁଗଡ, ବୌଦ୍ଧ, ପୁରୁଣାକଟକ ଭଳି ଅନେକ ସ୍ଥାନରେ ଜନ୍ମାଷ୍ଟମୀ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ସେପଟେ ବୌଦ୍ଧ ସ୍ଥିତ ଶିଶୁ ମନ୍ଦିର ପରିସରରେ କୁନିକୁନି ଛାତ୍ରଛାତ୍ରୀମାନେ ରାଧାକୃଷ୍ଣ ବେଶରେ ସଜ୍ଜିତ ହୋଇ ନଗର ପରିକ୍ରମା କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବୌଦ୍ଧରେ ପ୍ରଥମଥର ପାଇଁ ଏଭଳି ସମୂହ ରାଧାକୃଷ୍ଣ ବେଶରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଶ୍ରୀକୃଷ୍ଣ ମେଳା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଥିଲା ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details