ଓଡିଶା

odisha

ETV Bharat / state

ବୌଦ୍ଧରେ ନନ୍ଦୋତ୍ସବ ପାଳିତ, ବାଳଗୋପାଳଙ୍କୁ ଲାଗି ହେଲା ଛପନ ଭୋଗ - ବାଳଗୋପାଳଙ୍କ ଠାରେ ଲାଗି ହେଲା ଛପନ ଭୋଗ

ବୌଦ୍ଧରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଛି । ଶ୍ରୀକୃଷ୍ଣଙ୍କ ଜନ୍ମ ଠାରୁ ନେଇ ବାଳଗୋପାଳଙ୍କ ନିକଟରେ ଛପନ ଭୋଗ ଲାଗି ହୋଇଥିଲା । ରାଜରାସ୍ତାରେ ନନ୍ଦୋତ୍ସବ ସହରକୁ ଗୋପପୁରରେ ପରିଣତ କରିଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 20, 2022, 1:02 PM IST

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଧାର୍ମିକ ସଂଗଠନ ଓ ରାଧାକୃଷ୍ଣ ମନ୍ଦିରରେ ଦୁଇ ଦିନ ଧରି ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଓ ନନ୍ଦୋତ୍ସବ ପାଳିତ ହୋଇଯାଇଛି । ବୁଟୁପାଲି ଠାରେ ନନ୍ଦୋତ୍ସବ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସାରା ସହର ନନ୍ଦୋତ୍ସବ ପାଇଁ ଗୋପପୁର ପାଲଟି ଯାଇଥିଲା । ଗୋ ଯାତ୍ରା ସହିତ ଗୋପାଳକ ବେଶରେ କୁନି କୁନି ପିଲାଙ୍କ ଗଉଡ ବାଡି ଖେଳ ପ୍ରଦର୍ଶନ କରାଯାଇଥିଲା ।

ବୌଦ୍ଧରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ,ବାଳଗୋପାଳଙ୍କ ଠାରେ ଲାଗି ହେଲା ଛପନ ଭୋଗ

ସେପଟେ ଜିଲ୍ଲାରେ ଥିବା ଇସ୍କନ ମନ୍ଦିର ଠାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ବାଳଗୋପାଳଙ୍କ ନିକଟରେ ଛପନ ଭୋଗ ଲାଗି ହେବା ସହ କେକ କଟା ଯାଇଥିଲା । ଶ୍ରଦ୍ଧାଳୁ ମାନେ ମହାଆନନ୍ଦ ସହକାରେ ବାଳଗୋପାଳଙ୍କୁ ପୁଷ୍ପ ଅଭିଷେକ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details