ଓଡିଶା

odisha

By ETV Bharat Odisha Team

Published : Oct 10, 2023, 6:48 PM IST

Updated : Oct 10, 2023, 6:55 PM IST

ETV Bharat / state

ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ଅବଗତ କରାଉଛନ୍ତି କର୍ମୀ, ବୌଦ୍ଧରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା । ଗାଁ ଗାଁ ବୁଲି ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାକୁ ପ୍ରଚାର କରୁଛନ୍ତି ବିଜେଡି ନେତା । ଅଧିକ ପଢନ୍ତୁ

ବିଜେଡିର ଜନ ସମ୍ପର୍କ ପଦଯାତ୍ରା
ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ବୌଦ୍ଧ: ବୌଦ୍ଧର 2ଟି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ । ସାରା ରାଜ୍ୟରେ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଗାଁ ଗାଁ ବୁଲି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ପ୍ରଚାର କରୁଛନ୍ତି । ଦଳୀୟ ନେତାମାନେ ରାଜ୍ୟ ସରକାରଙ୍କ ବିକାଶ ଓ କଲ୍ୟାଣକାରୀ ଯୋଜନାର ସଫଳତା ବଖାଣିବା ସହିତ କେନ୍ଦ୍ର ସରକାରଙ୍କ ଅବହେଳା କୁନେଇ ତୀବ୍ର ସମାଲୋଚନା କରିଛନ୍ତି ।

ସୂଚନା ଅନୁଯାୟୀ, ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡି ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଉଭୟ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିବା ବେଳେ ଦୁଇ ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଓ ସଂଯୋଜକ ଭାବରେ ବିଜେଡି ଦଳର 4 ଜଣ ଯୁବ ପ୍ରତିଭାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି ।

ଗତକାଲି(ସୋମବାର) ବୌଦ୍ଧ ନିର୍ବାଚନ ମଣ୍ଡଳୀର ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ବିଜେଡି ଦଳର ଜନ ସମ୍ପର୍କ ପଦଯାତ୍ରାରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିଲେ । ସେହିପରି ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବାଉଶୁଣୀଠାରୁ ଗୁଦୁଗୁଦା ପର୍ଯ୍ୟନ୍ତ ପଦଯାତ୍ରାରେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା ଯୋଗ ଦେଇଥିଲେ । ବିଜେଡି ଦଳର ଏହି ପଦଯାତ୍ରାରେ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଓ କର୍ମୀମାନେ ସାମିଲ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ବିକାଶର ଧାରାରେ ବ୍ୟାଘାତ ହେଉଥିବା ଅଭିଯୋଗ କରିଛନ୍ତି ।

କଣ୍ଟାମାଳ ବିଧାୟକ ମହୀଧର ରଣା କହିଛନ୍ତି, "ବିଗତ 23 ବର୍ଷ ଶାସନ ମଧ୍ୟରେ ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶା ଜନସାଧାରଣଙ୍କ ସୁବିଧା ପାଇଁ କାମ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ସାମାଜିକ ସୁରକ୍ଷା ଓ ଖାଦ୍ୟ ନିରାପତ୍ତାରେ ଓଡ଼ିଶାର ସମୃଦ୍ଧ ସ୍ଥିତି, ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାରଙ୍କ ପ୍ରାଥମିକତା ଦେଇ ଆସିଛନ୍ତି । ହେଲେ ବିଭିନ୍ନ ଯୋଜନାରେ କେନ୍ଦ୍ରର ଅବହେଲା ମନଭାବ ପାଇଁ ଉନ୍ନତି କାର୍ଯ୍ୟ ବାଧା ପାଉଛି ।"

ଏହା ମଧ୍ୟ ପଢନ୍ତୁ...ଜନସମ୍ପର୍କ ପଦଯାତ୍ରାରେ ଉପବାଚସ୍ପତି, ପ୍ରଶ୍ନ ଉଠାଇଲେ ବିରୋଧି

ସେପଟେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବୌଦ୍ଧର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନଠାରୁ ରାଜନୈତିକ ବାତାବରଣ ସରଗରମ ହୋଇଛି । ବିଜେପି ଜନ ସମ୍ପର୍କ ପଦଯାତ୍ର କରୁଥିବା ବେଳେ କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Oct 10, 2023, 6:55 PM IST

ABOUT THE AUTHOR

...view details