ଓଡିଶା

odisha

ETV Bharat / state

ଜଳସେଚନ ବିଭାଗର ଖଲାସି ଶ୍ରମିକଙ୍କୁ ମିଳୁନି କାମ, ଆନ୍ଦୋଳନ ଚେତାବନୀ - କାମ ଯୋଗାଇବା ଦାବିରେ ଏକାଠି ହେଲେ ଶହଶହ ଶ୍ରମିକ

ବୌଦ୍ଧ ଜିଲ୍ଲାରେ ଜଳସେଚନ ବିଭାଗର ଖଲାସି ଶ୍ରମିକଙ୍କୁ ମିଳୁନି କାମ । କାମ ଯୋଗାଇବା ଦାବିରେ ଏକାଠି ହେଲେ ଶହଶହ ଶ୍ରମିକ । ଅଧିକ ପଢ଼ନ୍ତୁ

irrigation department workers facing problem in boudh
ଜଳସେଚନ ବିଭାଗର ଖଲାସି ଶ୍ରମିକଙ୍କୁ ମିଳୁନି କାମ, ଆନ୍ଦୋଳନ ଚେତାବନୀ

By

Published : Nov 21, 2022, 1:08 PM IST

ବୌଦ୍ଧ: ଶ୍ରମିକଙ୍କୁ ମିଳୁନି କାମ ଧନ୍ଦା, ଦୁର୍ଦ୍ଦିନରେ କାଳ କାଟୁଛନ୍ତି ବୌଦ୍ଧ ଜିଲ୍ଲାର ଜଳସେଚନ ବିଭାଗର ଖଲାସି ଶ୍ରମିକ । ବର୍ଷର ମାତ୍ର ଚାରି ମାସ କାମ ପାଉଥିବା ବେଳେ ଅନ୍ୟ ସମୟରେ ପରିବାର ପ୍ରତିପୋଷଣ କଷ୍ଟକର ହୋଇ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ ଶହଶହ ଶ୍ରମିକ ଧାରଣା ଦେଇଛନ୍ତି ।

ଜଳସେଚନ ବିଭାଗର ଖଲାସୀ ଶ୍ରମିକଙ୍କୁ ମିଳୁନି କାମ

ବୌଦ୍ଧ ଜିଲ୍ଲାର ସାଲୁଙ୍କୀ ଓ ବଘ ଜଳସେଚନ ତଥା ଅନ୍ୟାନ୍ୟ କ୍ଷୁଦ୍ର ସେଚ ପ୍ରକଳ୍ପରେ ପ୍ରାୟ ଶହେ ଜଣ ଖଲାସି ଶ୍ରମିକ ବର୍ଷର ଚାରି ମାସ କାର୍ଯ୍ୟ କରିଥାନ୍ତି । ବର୍ଷର ଅବଶିଷ୍ଟ ସମୟ ସେମାନେ ହାତବାନ୍ଧି ଖାଲିରେ ବସୁଛନ୍ତି । ଫଳରେ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି । ଏପରିକି କାର୍ଯ୍ୟ କରୁଥିବା ଚାରି ମାସର ସମସ୍ତ ରବିବାର ଗୁଡିକରେ କାର୍ଯ୍ୟ କରି ମଧ୍ୟ ସେମାନଙ୍କୁ ପ୍ରାପ୍ୟ ପ୍ରଦାନ କରାଯାଉନଥିବା ଅଭିଯୋଗ କରିଛନ୍ତି ।

ଏନେଇ ଜିଲ୍ଲା ଖଲାସି ସଂଘ କହିଛି, "ଦୀର୍ଘ ଦିନ ଧରି ଜିଲ୍ଲାର ବିଭିନ୍ନ ଜଳ ସେଚିତ ଅଞ୍ଚଳରେ କାମ କରିଆସୁଛୁ । ବର୍ଷକ ଚାରିମାସ କାମ ମିଳୁଥିବାବେଳେ ସଠିକ ଭାବେ ମଜୁରି ମଧ୍ୟ ଦେଉନାହାନ୍ତି । ଯାହା ଫଳରେ ପରିବାର ଚଳାଇବା ଅସମର୍ଥ ହୋଇପଡୁଛି । ତେଣୁ ଅଧିକ ଦିନ କାମ ଦିଆଯିବା ସହ ମଜୁରି ବୃଦ୍ଧି କରାଯାଉ । ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ । "

ଏହା ମଧ୍ୟ ପଢ଼ନ୍ତୁ:ଉଦଘାଟନ ପରେ ବି କାର୍ଯ୍ୟକ୍ଷମ ହେଉନି, ଗୋଚରଭୂମି ପାଲଟିଛି ସ୍ବାସ୍ଥ୍ୟକେନ୍ଦ୍ର

ରବିବାର ବଘିଆପଡା ପଞ୍ଚାୟତ ପାଲଝାର ଠାରେ ଥିବା ସାଲୁଙ୍କୀ ଜଳସେଚନ ପ୍ରକଳ୍ପ ଠାରେ ଜିଲ୍ଲାର ସମସ୍ତ ଖଲାସି ଶ୍ରମିକ ଏକ ଜରୁରୀ ବୈଠକରେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ନିୟମିତ କାମ ଯୋଗାଇ ଦେବା ସହିତ ମଜୁରି ବୃଦ୍ଧି ପାଇଁ ଖଲାସି ସଂଘ ପକ୍ଷରୁ ଦାବି କରାଯାଇଛି । ଏହାର ସୁବିଚାର କରାନଗଲେ ଆଗାମୀ ଦିନରେ ଖଲାସୀ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details