ବୌଦ୍ଧ :ଜିଲ୍ଲାରେ ବାଟବଣା ହୋଇଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ବିଭିନ୍ନ ପଞ୍ଚାୟତରେ ଏହି କାମ ଏବେ ମଣିଷ ବଦଳରେ ମେସିନ କରୁଛି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ହେଉଛି । ଲକଡାଉନ ଯୋଗୁଁ ଦିନ ମଜୁରିଆ ମାନେ ପ୍ରଭାବିତ ନହେବା ପାଇଁ ସରକାର NREGA ଯୋଜନାରେ କାମ ବିଭିନ୍ନ ପଞ୍ଚାୟତକୁ ଯୋଗାଇ ଦେଇଛନ୍ତି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ 22ଟି ପଞ୍ଚାୟତ ଥିବା ବେଳେ ଅଧିକାଂଶ ପଞ୍ଚାୟତରେ ଏହି କାମ ମଣିଷ ବଦଳରେ ମେସିନ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ହରଭଙ୍ଗା ବ୍ଲକରେ ପ୍ରାୟ 200ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ବେଳେ ପ୍ରାୟ ସମସ୍ତ କାର୍ଯ୍ୟରେ ମଣିଷ ବଦଳରେ ମେସିନ କାମ କରୁଥିବା ଅଭିଯୋଗ ହୋଇଛି । ସରସରା ଠାରୁ ଆରମ୍ଭ କରି ଆଢେଣୀଗଡ, ତଳଗାଁ ପର୍ଯ୍ୟନ୍ତ ଥିବା ବାଇଶ ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ସ୍ଥାନରେ ଏଭଳି ବେଆଇନ ଭାବରେ ମେସିନ ଦ୍ବାରା NREGA କାର୍ଯ୍ୟ କରାଯାଉଛି ।