ଓଡିଶା

odisha

ETV Bharat / state

ଓଟିଇଟି ପରୀକ୍ଷାରେ ବ୍ୟାପକ ଅନିୟମିତତା, କପି କରି ପାଞ୍ଚ ଶିକ୍ଷକ ଏକ୍ସଫେଲ - OTET exams

ଓଟିଇଟି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ । ବୌଦ୍ଧ ସରସ୍ବତୀ ଶିଶୁ ମନ୍ଦିରରେ କପି କରୁଥିବା ପାଞ୍ଚ ଜଣ ଶିକ୍ଷକ ସ୍କ୍ବାର୍ଡ ହାତରେ ଧରାପଡ଼ି ଏକ୍ସଫେଲ ହୋଇଛନ୍ତି । ଅଧିକ ପଢନ୍ତୁ...

ଓଟିଇଟି ପରୀକ୍ଷାରେ ବ୍ୟାପକ ଅନିୟମିତତା, କପି କରି ପାଞ୍ଚ ଶିକ୍ଷକ ଏକ୍ସଫେଲ
ଓଟିଇଟି ପରୀକ୍ଷାରେ ବ୍ୟାପକ ଅନିୟମିତତା, କପି କରି ପାଞ୍ଚ ଶିକ୍ଷକ ଏକ୍ସଫେଲ

By

Published : Apr 14, 2021, 9:28 AM IST

ବୌଦ୍ଧ: ଓଟିଇଟି ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଗୋଟିଏ ପରୀକ୍ଷା କେନ୍ଦ୍ର କପି ସେଣ୍ଟରରେ ପରିଣତ ହୋଇଥିବା ବେଳେ ଅନ୍ୟ ଗୋଟିଏ କେନ୍ଦ୍ରରେ କପି କରୁଥିବା ପାଞ୍ଚ ଜଣ ଶିକ୍ଷକ ସ୍କ୍ବାର୍ଡ ହାତରେ ଧରାପଡ଼ି ଏକ୍ସଫେଲ ହୋଇଛନ୍ତି । ଦୁର୍ନୀତିରେ ବୁଡି ରହିଥିବା ଜିଲ୍ଲା ଶିକ୍ଷା ବିଭାଗର ଗୋଟିଏ ପରେ ଗୋଟିଏ କଳା କାରନାମା ପଦାକୁ ଆସୁଛି ।

ଓଟିଇଟି ପରୀକ୍ଷାରେ ବ୍ୟାପକ ଅନିୟମିତତା, କପି କରି ପାଞ୍ଚ ଶିକ୍ଷକ ଏକ୍ସଫେଲ

ବୌଦ୍ଧ ଜିଲ୍ଲାର ସହର ମଧ୍ୟରେ ଥିବା ଯୋଗୀନ୍ଦ୍ର ଦେବ ହାଇସ୍କୁଲ, ବାଳିକା ବିଦ୍ୟାଳୟ, ସରସ୍ବତୀ ଶିଶୁ ମନ୍ଦିର ସହିତ ସରସରାଠାରେ ଥିବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟରେ ଓଟିଇଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ଗତ 9 ତାରିଖରେ ଜିଲ୍ଲାର ସମୁଦାୟ 1825 ଜଣ ଗଣ ଶିକ୍ଷକ ଏହି ଓଟିଇଟି ପରୀକ୍ଷା ଦେଇଥିଲେ । ତେବେ ସରସରା ପରୀକ୍ଷା କେନ୍ଦ୍ରରେ ବ୍ୟାପକ ଅର୍ଥ କାରବାର କରାଯାଇ କପି ସେଣ୍ଟରରେ ପରିବର୍ତ୍ତନ କରାଯାଇଥିବା ଚର୍ଚ୍ଚା ହେଉଛି ।

ସେପଟେ ବୌଦ୍ଧ ସରସ୍ବତୀ ଶିଶୁ ମନ୍ଦିରରେ ପ୍ରଥମ ଥର ପାଇଁ କପି ଭଳି କଳାଦାଗ ଲାଗିଛି । ଏଠାରେ ଓଟିଇଟି ପରୀକ୍ଷା ସମୟରେ କପି କରି ପାଞ୍ଚ ଜଣ ଶିକ୍ଷକ ସ୍କ୍ବାର୍ଡ ହାତରେ ଧରାପଡି ଏକ୍ସଫେଲ ହୋଇଥିବା ଜଣାପଡିଛି । ତେବେ ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକମାନେ ଯଦି ଏଭଳି ଅନୈତିକ କାର୍ଯ୍ୟରେ ଲିପ୍ତ ରୁହନ୍ତି ତେବେ ଆମ ସମାଜର ଗତି କେଉଁ ଆଡକୁ ତାହା ସହଜରେ ଅନୁମେୟ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details