ଓଡିଶା

odisha

ETV Bharat / state

ମନରେଗା କାମରେ ଅନିୟମିତତା; ମଣିଷ ବଦଳରେ କାମ କରୁଛି ମେସିନ - ମନରେଗା

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଓ ଖୁଣ୍ଟବନ୍ଧ ପଞ୍ଚାୟତରେ ମନରେଗା ଯୋଜନାରେ ଅନିୟମିତତା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ମଣିଷ ବଦଳରେ କାମ କରୁଛି ମେସିନ
ମଣିଷ ବଦଳରେ କାମ କରୁଛି ମେସିନ

By

Published : May 11, 2021, 1:45 PM IST

ବୌଦ୍ଧ:ମଣିଷ ବଦଳରେ କାମ କରୁଛି ମେସିନ । କୋରୋନା ସମୟରେ ଶ୍ରମିକଙ୍କ ପାଇଁ ସରକାର ଯୋଗାଇ ଦେଇଥିବା ମନରେଗା କାର୍ଯ୍ୟରେ ମଣିଷ ନିୟୋଜିତ ହେବା ବଦଳରେ ନିୟୋଜିତ ହୋଇଛି ମେସିନ । ଏହି କାର୍ଯ୍ୟକୁ ବିଜେପି ସମାଲୋଚନା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ମନରେଗା କାମରେ ଅନିୟମିତତା

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ଓ ଖୁଣ୍ଟବନ୍ଧ ପଞ୍ଚାୟତରେ କୋରୋନା ଭଳି ବିପତ୍ତି ସମୟରେ ଶ୍ରମିକ ମାନେ ପ୍ରଭାବିତ ହେବା ଆଶଙ୍କାରେ ସରକାର ବିଭିନ୍ନ ପଞ୍ଚାୟତ ସ୍ତରରେ ମନରେଗା କାମ ଯୋଗାଇ ଦେଇଛନ୍ତି । କିନ୍ତୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରାନଯାଇ ମେସିନ ସାହାଯ୍ୟରେ କାମ କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି ।

ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଞ୍ଚାୟତ ଚଣ୍ଡିଗଡ ଗ୍ରାମର ମନରେଗା କାର୍ଯ୍ୟରେ ଏକ ବନ୍ଧ ଖୋଳା କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରାନଯାଇ ଜେସିବି ମେସିନ ସାହାଯ୍ୟରେ କାମ କରାଯାଇଛି । ମୁଣ୍ଡିପଦର ପଞ୍ଚାୟତର ପଲସପାଟଠାରୁ କୁଲୁତାଖଲି ଗ୍ରାମ ରାସ୍ତାକୁ ମେସିନ ଓ ଟ୍ରାକ୍ଟର ସାହାଯ୍ୟରେ ନିକଟସ୍ଥ ଏକ ବନ୍ଧରୁ ମାଟିନେଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଏପରିକି ଏଠାରେ କୌଣସି ସୂଚନା ଫଳକ ନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କିଭଳି ହେଉଛି ସେ ନେଇ ଉଠିଛି ପ୍ରଶ୍ନବାଚୀ । ଏହାକୁ ନେଇ ଜିଲ୍ଲା ବିଜେପି ମୁଖପାତ୍ର ତୀବ୍ର ସମାଲୋଚନା କରିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details