ଓଡିଶା

odisha

ETV Bharat / state

ବିଭାଗୀୟ ଅପାରଗତା ଯୋଗୁଁ ଅବ୍ୟବସ୍ଥିତ ବାଘ ଜଳସେଚନ ପ୍ରକଳ୍ପ - ଅବ୍ୟବସ୍ଥିତ ବାଘ ଜଳସେଚନ ପ୍ରକଳ୍ପ

ବୌଦ୍ଧ ଜିଲ୍ଲାର ଲାଇଫ ଲାଇନ ବାଘ ଜଳସେଚନ ପ୍ରକଳ୍ପ ଏବେ ବିଭାଗୀୟ ଅପାରଗତା ଯୋଗୁଁ ଅବ୍ୟବସ୍ଥିତ ହୋଇ ପଡିଛି । ପ୍ରକଳ୍ପ ର ଅନେକ ସ୍ଥାନ ଦୁର୍ବଳ ହୋଇପଡିଥିବା ବେଳେ ଏ ନେଇ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି।

ବିଭାଗୀୟ ଅପାରଗତା ଯୋଗୁଁ ଅବ୍ୟବସ୍ଥିତ ବାଘ ଜଳସେଚନ ପ୍ରକଳ୍ପ
ବିଭାଗୀୟ ଅପାରଗତା ଯୋଗୁଁ ଅବ୍ୟବସ୍ଥିତ ବାଘ ଜଳସେଚନ ପ୍ରକଳ୍ପ

By

Published : Nov 4, 2020, 7:17 AM IST

Updated : Nov 4, 2020, 9:48 AM IST

ବୌଦ୍ଧ: ଜିଲ୍ଲାର ଲାଇଫ ଲାଇନ କୁହାଯାଉଥିବା ବାଘ ଜଳସେଚନ ପ୍ରକଳ୍ପ ଏବେ ବିଭାଗୀୟ ଉଦାସୀନତା କାରଣରୁ ଅବହେଳିତ ହୋଇ ପଡିଛି । 1990 ଦଶକରେ ବୌଦ୍ଧର ତତ୍କାଳୀନ ବିଧାୟକ ସଚ୍ଚିଦାନନ୍ଦ ଦଲାଲଙ୍କ ପ୍ରଚେଷ୍ଟା ଯୋଗୁଁ ଶଗଡା ନିକଟରେ ବାଘନଦୀ ଉପରେ 7564.89 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଟି ନିର୍ମାଣ କରାଯାଇଥିଲା । ଲକ୍ଷ୍ୟ ଥିଲା 9660 ହେକ୍ଟର ଅଞ୍ଚଳକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ । ଦୀର୍ଘ ବର୍ଷ ଏନେଇ ସଫଳତା ମଧ୍ୟ ମିଳିଲା । କିନ୍ତୁ ଦୀର୍ଘ ବର୍ଷର ଏହି ପ୍ରକଳ୍ପ ଏବେ ବିଭାଗୀୟ ଉଦାସୀନତାର ଶିକାର ହୋଇଛି ।

ବିଭାଗୀୟ ଅପାରଗତା ଯୋଗୁଁ ଅବ୍ୟବସ୍ଥିତ ବାଘ ଜଳସେଚନ ପ୍ରକଳ୍ପ

ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଅବସ୍ଥିତ ଏହି ପ୍ରକଳ୍ପ ଏବେ ଶ୍ରୀହୀନ ହେବାକୁ ବସିଛି । ସୁନା ଅଣ୍ଡା ଦିଆ କୁକୁଡ଼ା କୁ ସମ୍ପୂର୍ଣ୍ଣ ରୂପେ ମାରି ବିରିଆନି କରି ଖାଇବା ଲକ୍ଷ୍ୟରେ ବିଭାଗ ଭଳି ମନେ ହେଉଛି । ସେଠାରେ ଥିବା ପାର୍କର ଅବସ୍ଥା ନକହିବା ଭଲ ।

ବିଭାଗୀୟ ଅପାରଗତା ଯୋଗୁଁ ଅବ୍ୟବସ୍ଥିତ ବାଘ ଜଳସେଚନ ପ୍ରକଳ୍ପ

ଗତ କିଛି ବର୍ଷ ତଳେ ବିଭାଗର ଅପାରଗତା ଯୋଗୁଁ ଗୋଟିଏ ଗେଟ ସମ୍ପୂର୍ଣ୍ଣ ଓ୍ବାସ ଆଉଟ ହୋଇ ସେତେବେଳେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା । ଏବେ ଅନେକ ସ୍ଥାନରେ ସୁରକ୍ଷା ବାଡ ଭାଙ୍ଗିବା ସହ ଅନେକ ସ୍ଥାନରେ ବିପଦ ସୃଷ୍ଟି ହୋଇଛି ।

ଏନେଇ ସ୍ଥାନୀୟ ବୁଦ୍ଧିଜୀବୀ ନାଗରିକ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଜଳସେଚନ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ । ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 4, 2020, 9:48 AM IST

ABOUT THE AUTHOR

...view details