ଓଡିଶା

odisha

ETV Bharat / state

ଜଳପ୍ରକଳ୍ପରେ ଦୁର୍ନୀତି ଓ ନିର୍ମାଣଧୀନ ସେତୁରେ ଶ୍ରମିକ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ - investigation under progress

ବୌଦ୍ଧ ଜିଲ୍ଲା ଜଳପ୍ରକଳ୍ପରେ ଦୁର୍ନୀତି ଓ ନିର୍ମାଣଧୀନ ସେତୁରୁ ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ହେବାପରେ ଭିଜିଲାନ୍ସ ବିଭାଗ ଓ ଶ୍ରମବିଭାଗ ଚେତିବା ସହ ଏହାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଦୁଇ ଦୁଇଟି ବିଭାଗରେ ସସ୍ୟାକୁ ନେଇ ତଦନ୍ତ ଆରମ୍ଭ
ଦୁଇ ଦୁଇଟି ବିଭାଗରେ ସସ୍ୟାକୁ ନେଇ ତଦନ୍ତ ଆରମ୍ଭ

By

Published : Mar 21, 2021, 8:25 AM IST

Updated : Mar 21, 2021, 8:30 AM IST

ବୌଦ୍ଧ: ଜିଲ୍ଲାରେ ଦୁଇ ଦୁଇଟି ବିଭାଗରେ ସସ୍ୟାକୁ ନେଇ ଅଭିଯୋଗକାରୀଙ୍କ ଧାରଣା । ଜଳପ୍ରକଳ୍ପରେ ଦୁର୍ନୀତି ଓ ନିର୍ମାଣଧୀନ ସେତୁରୁ ଖସି ଜଣେ ଶ୍ରମିକଙ୍କର ମୃତ୍ୟୁ ହେବାପରେ ଶ୍ରମ ବିଭାଗ ଚେତିବା ସହ ଏହାର ତଦନ୍ତ ଆରମ୍ଭ କରିଛି ।

ଦୁଇ ଦୁଇଟି ବିଭାଗରେ ସସ୍ୟାକୁ ନେଇ ତଦନ୍ତ ଆରମ୍ଭ

ବୌଦ୍ଧ ଜିଲ୍ଲା ରାଉତପଡା ଗ୍ରାମର ଚାଷୀମାନେ ଆମ୍ବଚାଷରେ ଜଳଛାୟା ବିଭାଗ ବ୍ୟାପକ ଦୁର୍ନୀତି କରିଥିବା ନେଇ ଗତ ଚାରିଦିନ ତଳେ ଜିଲ୍ଲା ଭିଜିଲାନ୍ସରେ ଅଭିଯୋଗ କରିବା ସହିତ ଏହାର ତଦନ୍ତ ପାଇଁ ଦାବିକରି ଜଳଛାୟା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପ୍ରାୟ ସାତ ଲକ୍ଷ ଟଙ୍କାର ଦୁର୍ନୀତି ଖୋଦ ବୌଦ୍ଧ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରାଘବ ମଲ୍ଲିକ କରିଥିବା ଅଭିଯୋଗ ହୋଇଛି ।ଏହାର ତଦନ୍ତ ପାଇଁ ଜିଲ୍ଲା ଭିଜିଲାନ୍ସର ଏକ ଦଳ ରାଉତପଡା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ଗତ ଦେଢମାସ ତଳେ ଜିଲ୍ଲା ଧଳପୁରଠାରେ ମହାନଦୀ ଉପରେ ନିର୍ମାଣଧୀନ ସେତୁ ଉପରୁ ଖସିପଡି ତିନିଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ତିନିଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଶ୍ରମବିଭାଗ ଚେତିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ତଦନ୍ତରେ ବର୍ତ୍ତମାନ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।

ସେତୁ ନିର୍ମାଣ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥାର ismw ଓ mtw ଲାଇସେନ୍ସ ନଥିବା ଜଣାପଡିଛି । ତେବେ ଲାଇସେନ୍ସ ନଥାଇ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ସାଙ୍ଘାତିକ କାର୍ଯ୍ୟ ଚାଲିଥିଲା ସେନେଇ ଉଠିଛି ପ୍ରଶ୍ନ। ବର୍ତ୍ତମାନ ଜିଲ୍ଲାର ଅନ୍ୟ ଠିକାସଂସ୍ଥାର ଲାଇସେନ୍ସ ଯାଞ୍ଚର ଯଥେଷ୍ଟ ଆବଶ୍ୟକତା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 21, 2021, 8:30 AM IST

ABOUT THE AUTHOR

...view details