ଓଡିଶା

odisha

ସିଆରସିଙ୍କ ଦାଦାଗିରି ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭିଯୋଗ, ତଦନ୍ତ ଆରମ୍ଭ

By

Published : Sep 25, 2020, 1:58 PM IST

ଶିକ୍ଷା ବିଭାଗରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଏକତ୍ରିତ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ । ପୂର୍ବରୁ ହୋଇଥିବା ଏହି ବାବୁଙ୍କ କଳାକାରନାମା ସମ୍ପର୍କରେ ଗୁରୁବାର ତଦନ୍ତ ଆରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗ ଅଧିନରେ ଥିବା ଶଗଡା ସିଆରସିସିଙ୍କ ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ ।

boudh latest news, crc misbehaviour in boudh, investigation in crc case, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ସିଆରସିଙ୍କ ଦାଦାଗିରି, ସିଆରସିଙ୍କ ଦାଦାଗିରି ଅଭିଯୋଗ ତଦନ୍ତ ଆରମ୍ଭ
ସିଆରସିଙ୍କ ଦାଦାଗିରି ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭିଯୋଗ, ତଦନ୍ତ ଆରମ୍ଭ

ବୌଦ୍ଧ: ଶିକ୍ଷା ବିଭାଗରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ଏକତ୍ରିତ ହେଲେ ଶିକ୍ଷକ ଶିକ୍ଷୟିତ୍ରୀ । ପୂର୍ବରୁ ହୋଇଥିବା ଏହି ବାବୁଙ୍କ କଳାକାରନାମା ସମ୍ପର୍କରେ ଗୁରୁବାର ତଦନ୍ତ ଆରମ୍ଭ ହୋଇଛି । ବୌଦ୍ଧ ଜିଲ୍ଲାର ଶିକ୍ଷା ବିଭାଗ ଅଧିନରେ ଥିବା ଶଗଡା ସିଆରସିସିଙ୍କ ନାଁରେ ଆସିଛି ଏପରି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ପୁଣି ଖୋଦ ତାଙ୍କ କ୍ଲଷ୍ଟରରେ ଆସୁଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମିଶି କରିଥିବା ଜଣା ପଡିଛି । ତେବେ ଏହି କରିତକର୍ମା ବାବୁ ଜଣକ କୁଆଡେ ଇନ୍ଦ୍ର ଚନ୍ଦ୍ର ମାନନ୍ତି ନାହିଁ ବୋଲି ଆସିଛି ଅଭିଯୋଗ ।

ସିଆରସିଙ୍କ ଦାଦାଗିରି ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭିଯୋଗ, ତଦନ୍ତ ଆରମ୍ଭ

ପ୍ରତ୍ୟେକ ସରକାରୀ କାର୍ଯ୍ୟରେ 30 ପ୍ରତିଶତ ଭାଗ ତାଙ୍କ ଅଧିକାର । ଏପରିକି ଖୋଦ ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଆର୍ଥିକ ଚାନ୍ଦା ଦିଆଯିବ ବୋଲି ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ଅର୍ଥ ଆଦାୟ ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ବାବୁ ଜଣକ ପଦବୀର ମର୍ଯ୍ୟାଦା ନଷ୍ଟ କରି ଶିକ୍ଷୟିତ୍ରୀମାନଙ୍କୁ ଅଶାଳୀନ ଭାଷାର ପ୍ରୟୋଗ ସହ ଅଧିକାଂଶ ସମୟରେ ଜାତିଆଣ ମନ୍ତବ୍ୟ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ପୂର୍ବରୁ ତାଙ୍କ ନାଁରେ ଅଞ୍ଚଳର ଶିକ୍ଷକ ଶିକ୍ଷୟିତ୍ରୀ ଲିଖିତ ଅଭିଯୋଗ କରିଥିବା ବେଳେ ଗୁରୁବାର ଜିଲ୍ଲା ଶିକ୍ଷା ପ୍ରକଳ୍ପ ସଂଯୋଜକ ଗେଣ୍ଡରା କୁଜୁର ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଏଠାରେ ମଧ୍ୟ ଅଭିଯୁକ୍ତ ବାବୁ ଜଣକ ପହଞ୍ଚି ଖୁଲମଖୁଲା ସମସ୍ତଙ୍କୁ ଚ୍ୟାଲେଞ୍ଜ ଦେଇ ହଇରାଣ କରିବାକୁ ଧମକ ଦେଇ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଦେଖାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details