ବୌଦ୍ଧ:ଜିଲ୍ଲାରେ ଜାତୀୟ କ୍ରୀଡା ଦିବସରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା ଉଦଯାପିତ ହୋଇଛି । ଏଥିରେ ଜାତୀୟ ସମେତ ପାଞ୍ଚ ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗନେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।
ଜିଲ୍ଲାରେ ଉଦଯାପିତ ହୋଇଯାଇଛି ଦୁଇ ଦିନିଆ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା । ବୌଦ୍ଧ ଜିଲ୍ଲା ଇନଡୋର ଷ୍ଟାଡିୟମରେ ଗତକାଲି (ରବିବାର) ଜାତୀୟ କ୍ରୀଡା ଦିବସ ଅବସରରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଷଷ୍ଠ ତମ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ କୋରୋନା ମହାମାରୀ ଯୋଗୁଁ ଗତବର୍ଷ ଏହା ପ୍ରଭାବିତ ହୋଇଥିଲା । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର 71 ଜଣ ଖେଳାଳି ଭାଗ ନେଇଥିବା ବେଳେ ଏଥିରେ ଅନେକ ଜାତୀୟ ଖେଳାଳି ଓ ପାଞ୍ଚ ଜଣ ଅନ୍ତର୍ଜାତୀୟ ଖେଳାଳି ଭାଗ ନେଇଥିଲେ ।
ତାଇକୋଣ୍ଡୋ ବେଲ୍ଟ ଟେଷ୍ଟ ଉଦଯାପିତ - taekwondo belt test in boudh
ବୌଦ୍ଧରେ ଜାତୀୟ କ୍ରୀଡା ଦିବସରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ତାଇକୋଣ୍ଡୋ ବେଲ୍ଟ ପରୀକ୍ଷା ଉଦଯାପିତ । ଅଧିକ ପଢନ୍ତୁ...
![ତାଇକୋଣ୍ଡୋ ବେଲ୍ଟ ଟେଷ୍ଟ ଉଦଯାପିତ boudh](https://etvbharatimages.akamaized.net/etvbharat/prod-images/768-512-12921976-thumbnail-3x2-boudh.jpg)
ଟାଇକୋଣ୍ଡ ବେଲ୍ଟ ଟେଷ୍ଟ ଉଦଯାପନୀରେ ଭାଗନେଲେ ଆନ୍ତର୍ଜାତିକ ଖେଳାଳୀ
ତାଇକୋଣ୍ଡୋ ବେଲ୍ଟ ଟେଷ୍ଟ ଉଦଯାପିତ
ଓଡିଶା ତାଇକଣ୍ଡୋ ଆସୋସିଏସନ ତତ୍ତ୍ବାବଧାନରେ ପରିଚାଳିତ ଏହି ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ବୌଦ୍ଧ ଉପଜିଲ୍ଲାପାଳ ଅଶ୍ବିନୀ ମେହେର ଯୋଗଦେଇ କୃତି ଖେଳାଳୀଙ୍କୁ ପୁରସ୍କୃତ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ