ବୌଦ୍ଧ: ଜିଲ୍ଲାରେ ଥିବା ଜେଲରେ ତଣ୍ଟି କାଟିଲେ ଜଣେ ବିଚାରାଧୀନ କଏଦୀ । ଜେଲର ଗାଧୁଆ ଘରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । କଏଦୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଏ ଘଟଣା ଜେଲ କର୍ତ୍ତୃପକ୍ଷଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଏଦୀ ଜଣକ ପୋକ୍ସୋ ଆଇନ ବଳରେ ଜେଲରେ ବିଚାରାଧୀନ କଏଦୀ ଭାବେ ଥିଲେ । ତେବେ ବୁଧବାର ଅପରାହ୍ନରେ କଏଦୀ ଜଣକ ନିଜେ ନିଜର ତଣ୍ଟି କାଟିଛନ୍ତି ନା କେହି ତାଙ୍କୁ ଆକ୍ରମଣ କରିଛି, ସେହି ସମୟରେ ସୁରକ୍ଷା ଦାୟୀତ୍ବରେ ଥିବା ଜେଲ କର୍ମଚାରୀ କଣ କରୁଥିଲେ ସେନେଇ ବୌଦ୍ଧ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବୌଦ୍ଧ ଜେଲରେ କଏଦୀ କାଟିଲା ତଣ୍ଟି ! ପୋଲିସର ତନାଘନା - ବୌଦ୍ଧ ଜେଲରେ କଏଦୀ କାଟିଲା ତଣ୍ଟି
ଜେଲରେ ତଣ୍ଟି କାଟିଲେ ଜଣେ ବିଚାରାଧୀନ କଏଦୀ । ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତୀ କରାଯାଇଛି । ଅଧିକ ପଢନ୍ତୁ
ବୌଦ୍ଧ ଜେଲରେ କଏଦୀ କାଟିଲା ତଣ୍ଟି! ପୋଲିସର ତନାଘନା
ବୌଦ୍ଧ ଜିଲ୍ଲାର ଏକମାତ୍ର ଜେଲ ସଦର ମହକୁମା ଠାରୁ ପ୍ରାୟ ବାର କିଲୋମିଟର ଦୂର ଲାଣ୍ଡିବନ୍ଧରେ ଥିବା ବେଳେ ବାରମ୍ବାର ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଜେଲ କର୍ତ୍ତୃପକ୍ଷଙ୍କ ଅଙ୍କୁଶ ରହୁନଥିବା କାରଣରୁ ଜେଲ ପରିସରକୁ ଆପତ୍ତିଜନକ ସାମଗ୍ରୀ ଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଜେଲ ଭିତରକୁ କିପରି ଧାରୁଆ ଅସ୍ତ୍ରଶସ୍ତ୍ର ଆସିଲା ସେନେଇ ତଦନ୍ତ କରୁଛି ପୋଲିସ ।
ଇଟିଭି ଭାରତ, ବୌଦ୍ଧ