ଓଡିଶା

odisha

ETV Bharat / state

ବୌଦ୍ଧ ଜିଲ୍ଲାରେ ତଳମୁହାଁ ସଂକ୍ରମଣ ଗ୍ରାଫ, କିନ୍ତୁ କମୁନି ମୃତ୍ୟୁ ହାର - boudha district news

ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣର ଗ୍ରାଫ ତଳମୁହାଁ ହେଲେ ସୁଦ୍ଧା କମୁନି ମୃତ୍ୟୁ ହାର । ଅଧିକ ପଢନ୍ତୁ...

ବୌଦ୍ଧ ଜିଲ୍ଲାରେ ତଳମୁହାଁ ସଂକ୍ରମଣ ଗ୍ରାଫ
ବୌଦ୍ଧ ଜିଲ୍ଲାରେ ତଳମୁହାଁ ସଂକ୍ରମଣ ଗ୍ରାଫ

By

Published : May 31, 2021, 1:13 PM IST

ବୌଦ୍ଧ:ଜିଲ୍ଲାରେ କରୋନା ସଂକ୍ରମଣର ଗ୍ରାଫ ତଳମୁହାଁ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆଜି ନୂତନ 177 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବୌଦ୍ଧ ପୌରାଞ୍ଚଳରୁ ମାତ୍ର 6 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲଗାତାର 3ଦିନ ହେଲା ବୌଦ୍ଧ ପୌରାଞ୍ଚଳରୁ ଏକକ ସଂଖ୍ୟା ସଂକ୍ରମିତ ଚିହ୍ନଟ ଶୁଭ ସୂଚନା ଦେଉଥିବାବେଳେ ଗ୍ରାମାଞ୍ଚଳରେ କିନ୍ତୁ ଜନ ସଚେତନତା ଅଭାବରୁ ସଂକ୍ରମଣ ବୃଦ୍ଧି ପାଉଛି ।

ବୌଦ୍ଧ ଜିଲ୍ଲାରେ ତଳମୁହାଁ ସଂକ୍ରମଣ ଗ୍ରାଫ, କିନ୍ତୁ କମୁନି ମୃତ୍ୟୁ ହାର

ସମୁଦାୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ମୃତ୍ୟୁ ହାର ପୂର୍ବ ଭଳି ବଜାୟ ରହିଛି । ତେବେ ଗ୍ରାମାଞ୍ଚଳରେ ଅମାନିଆ ସଂକ୍ରମିତ ଓ ସଂଗରୋଧ ଗୃହ ସମସ୍ୟା ଯୋଗୁ ଅଧିକ ସଂକ୍ରମଣ ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି । ସେପଟେ ବୌଦ୍ଧ ଜିଲ୍ଲାରେ କେବେଠାରୁ 18 ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାନେଇ ନାନା ଆଶା ଆଶଙ୍କା ଲାଗିରହିଛି ବୁଦ୍ଧିଜୀବୀ ମଧ୍ୟ ଏନେଇ ଚିନ୍ତା ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details