ଓଡିଶା

odisha

ETV Bharat / state

ଭିଡିଓ କନଫରେନ୍ସିଂରେ ବୌଦ୍ଧ ମହୋତ୍ସବ ଉଦଘାଟିତ - boudh news

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୌଦ୍ଧ ମହୋତ୍ସବ ଉଦଘାଟିତ। ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ପଢନ୍ତୁ..

inauguration of boudh mohotsab by cm
ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ବୌଦ୍ଧ ମହୋତ୍ସବ ଉଦଘାଟିତ

By

Published : Jan 2, 2020, 11:22 PM IST

ବୌଦ୍ଧ:ଉଦଘାଟିତ ହେଲା କଳା ସଂସ୍କୃତିର ମହା ଉତ୍ସବ ବୌଦ୍ଧ ମହୋତ୍ସବ । ଗୁରୁବାର ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରାରେ ବୌଦ୍ଧ ସହର ପରିକ୍ରମା ପରେ ସ୍ଥାନୀୟ କଚେରୀ ପଡିଆ ଠାରେ ଆରମ୍ଭ ହୋଇଛି ବୌଦ୍ଧ ମହୋତ୍ସବ ଓ ପଲ୍ଲଶ୍ରୀ ମେଳା । ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ।

ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ବୌଦ୍ଧ ମହୋତ୍ସବ ଉଦଘାଟିତ

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତଥା ସମ୍ମାନୀତ ଅତିଥି ରୂପେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ମହୋତ୍ସବରେ ଚଳିତ ବର୍ଷ ପର୍ଯ୍ୟଟନ, କ୍ରୀଡା, ପୁସ୍ତକ ଓ କୃଷି ମହୋତ୍ସବକୁ ସଂଯୋଗ କରାଯାଇଥିଲା ।

ଜିଲ୍ଲାର ଉନ୍ନୟନ ପାଇଁ ମୁଖ୍ୟମନ୍ତ୍ରୀ ୧୧୪ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।ବୌଦ୍ଧ ଜିଲ୍ଲାର କଳା ସଂସ୍କୃତି ସହ ସାମଗ୍ରିକ ବିକାଶ ସରକାରଙ୍କ ପ୍ରାଥମିକ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଆରୁଖ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ

ABOUT THE AUTHOR

...view details