ଓଡିଶା

odisha

ETV Bharat / state

ବୌଦ୍ଧରେ ଭୁଷୁଡିଲା ବିଜେଡି ଦୁର୍ଗ, ଗୋଟି ଚାଳନାରେ ଭୁଲ କହିଲେ ସଭାପତି - ବୌଦ୍ଧ ଜିଲ୍ଲାରେ ବିଜେଡି ଫେଲ

ବିଜେଡି ଗଡ ଭାବରେ ପରିଚିତ ବୌଦ୍ଧ ଜିଲ୍ଲାରେ ଫୁଲ ଫୁଟିଛି । ଏହାକୁ ନେଇ ଜିଲ୍ଲା ବିଜେଡିରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ବିଜେଡି ସଭାପତି । ଅଧିକ ପଢନ୍ତୁ

ବୌଦ୍ଧରେ ଭୁଷୁଡିଲା ବିଜେଡି ଦୁର୍ଗ,ପ୍ରତିକ୍ରିୟା ରଖିଲେ ବିଜେଡି ସଭାପତି
ବୌଦ୍ଧରେ ଭୁଷୁଡିଲା ବିଜେଡି ଦୁର୍ଗ,ପ୍ରତିକ୍ରିୟା ରଖିଲେ ବିଜେଡି ସଭାପତି

By

Published : Mar 16, 2022, 11:40 AM IST

ବୌଦ୍ଧ:ବିଜେଡି ଗଡରେ ଫୁଟିଛି ପଦ୍ମ । ସାରା ଓଡିଶାରେ ବିଜେଡି ଏକଚାଟିଆ ଭାବରେ ବିଜୟୀ ହୋଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। 9 ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କଣ୍ଟାମାଳ ନିର୍ବାଚ଼ନ ମଣ୍ଡଳୀର 2 ଓ 4 ନମ୍ବର ଜୋନରେ ବିଜେପି ତାର ବିଜୟ ବାନା ଉଡାଇବାରେ ସଫଳ ହୋଇଛି । ସେହିପରି ବୌଦ୍ଧ ନିର୍ବାଚନ ମଣ୍ଡଳୀର ଉଭୟ ହରଭଙ୍ଗା ଓ ବୌଦ୍ଧ ବ୍ଲକ ଆସନ ବିଜେଡି ହାତରୁ ଖସିଯାଇଛି ।

ବୌଦ୍ଧରେ ଭୁଷୁଡିଲା ବିଜେଡି ଦୁର୍ଗ,ପ୍ରତିକ୍ରିୟା ରଖିଲେ ବିଜେଡି ସଭାପତି

ସୂଚନାନୁସାରେ ହରଭଙ୍ଗା ବ୍ଲକରେ ବିଜେପିର ସ୍ନେହଲତା ପ୍ରଧାନ ବ୍ଲକ ଅଧ୍ୟକ୍ଷ ହୋଇଥିବା ବେଳେ ବୌଦ୍ଧ ବ୍ଲକରେ ସ୍ବାଧୀନ ପ୍ରାର୍ଥୀ ପ୍ରତ୍ୟୁଷ ରଥ ବିଜେପି ସହାୟତାରେ ବ୍ଲକ ଅଧ୍ୟକ୍ଷ ହୋଇଛନ୍ତି ।ଦୀର୍ଘ ବର୍ଷେ ପରେ ଜିଲ୍ଲାରେ ବିଜେଡିର ଏଭଳି ବିପର୍ଯ୍ୟୟ ଉଭୟ ଦଳର ନେତା ଓ କର୍ମୀଙ୍କୁ ଚିନ୍ତାରେ ପକାଇଛି। ତେବେ ବିଜେଡି ଦଳର ଗୋଟି ଚାଳନାରେ ଭୁଲ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଚର୍ଚ୍ଚା ହେଉଥିବା ବେଳେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଜନମତକୁ ସମ୍ମାନର ସହିତ ଗ୍ରହଣ କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details