ବୌଦ୍ଧ: ବିଦାୟ ନେଲେ ମା' ମହାକାଳୀ । ଆନନ୍ଦ ଉଲ୍ଲାସର ସହିତ ସମାପନ ହେଲା ମା' ମହାକାଳୀଙ୍କ ପୂଜନ ଉତ୍ସବ । ବୌଦ୍ଧ ଜିଲ୍ଲାରେ ସାତଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା ପରେ କାଳୀଙ୍କୁ ବିସର୍ଜନ କରାଯାଇଛି ।
ଦୀପାବଳି ଠାରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମା'ଙ୍କ ପୂଜା ଆରମ୍ଭ ହୋଇଥିଲା । କିନ୍ତୁ ମଙ୍ଗଳବାର ସୂର୍ଯ୍ୟ ପରାଗ ଯୋଗୁଁ ପୂଜାର୍ଚ୍ଚନା ବନ୍ଦ ହେବା ସହ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଗତ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ କାଳୀପୂଜା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଆନନ୍ଦ ଉଲ୍ଲାସର ସହିତ ମା' ଶ୍ୟାମାକାଳୀଙ୍କ ପୂଜନ ଉତ୍ସବ ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏନେଇ ପୂଜା କମିଟି ସଭାପତି କହିଛନ୍ତି, "ଗତ ସାତଦିନ ଧରି ମଣ୍ଡପରେ ମା' ପୂଜା ପାଇ ଆସୁଥିଲେ । ଭସାଣି ଯାତ୍ରାରେ ସମସ୍ତ ପୂଜା କମିଟି କର୍ମକର୍ତ୍ତା ତଥା ବୌଦ୍ଧବାସୀ ସାମିଲ ହୋଇଥିଲେ ।"