ବୌଦ୍ଧ: କୋରୋନା ସଂକ୍ରମଣର ପ୍ରତିହତ ପାଇଁ ସବୁଆଡେ ଲକଡାଉନ ଥିବା ବେଳେ ବୌଦ୍ଧ ଜିଲ୍ଲାରେ ଚୋରା ମଦ କାରବାର ବ୍ୟାପକ ପରିମାଣରେ ବୃଦ୍ଧି ପାଇଛି । ଏହି କ୍ରମରେ ଶନିବାର ଅବକାରୀ ବିଭାଗ ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଜାପଦର ଗ୍ରାମରେ ଚଢାଉ କରିଥିଲା । ଚଢାଉ ବେଳେ ବ୍ୟାପକ ବିଦେଶୀ ମଦ ଜବତ ସହିତ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଲକଡାଉନ ବେଳେ ବିପୁଳ ପରିମାଣର ଚୋରା ମଦ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ - boudh news
ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଥାନା ଅନ୍ତର୍ଗତ ବିଜାପଦର ଗ୍ରାମରେ ଅବକାରୀ ବିଭାଗ ଚଢାଉ । ବ୍ୟାପକ ପରିମାଣର ଚୋରା ବିଦେଶୀ ମଦ ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଭାଗ ।

ଲକଡାଉନ ବେଳେ ବିପୁଳ ପରିମାଣର ଚୋରା ମଦ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ
ଲକଡାଉନ ବେଳେ ବିପୁଳ ପରିମାଣର ଚୋରା ମଦ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ
ବିଜାପଦର ଗ୍ରାମର ଏକ ନିର୍ଦ୍ଦିଷ୍ଟ କାଉଣ୍ଟରରେ ବିଦେଶୀ ମଦ ଚୋରାରେ ଗଛିତ କରାଯାଇ ବେପାର ଚାଲିଥିବା ନେଇ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଅବକାରୀ ବିଭାଗ ଏହି ଚଢାଉ କରିଥିଲା । ସେପଟେ ଏଭଳି ସମୟରେ କିଭଳି ଓ କେଉଁ ପରିସ୍ଥିତିରେ ଏଭଳି ଚୋରା ମଦ କାରବାର ହେଉଛି ତାର ମଧ୍ୟ ତଦନ୍ତ କରାଯାଉଛି । ତେବେ ବୌଦ୍ଧ ସହର ସହିତ ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା, କଣ୍ଟାମାଳ, ଘଣ୍ଟାପଡା ଆଦି ବିଭିନ୍ନ ସ୍ଥାନରେ ଚୋରା ମଦ କାରବାର ଚାଲିଥିବା ନେଇ ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ