ଓଡିଶା

odisha

ETV Bharat / state

କ୍ରସର ୟୁନିଟର ବେଆଇନ ବ୍ଲାଷ୍ଟିଂ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ - କ୍ରସର ୟୁନିଟର ବେଆଇନ ବ୍ଲାଷ୍ଟିଂ

ବୌଦ୍ଧରେ ଚାଲିଛି ବେଆଇନ ବ୍ଲାଷ୍ଟିଂ। କ୍ରସର ୟୁନିଟର ଏହି କାର୍ଯ୍ୟ ସାଧାରଣ ଜନତାଙ୍କ ପାଇଁ ବିଭିନ୍ନ ଅସୁବିଧା ସୃଷ୍ଟି କରୁଛି। ଏହାସହ ବନ୍ୟପ୍ରାଣୀ, ଗୃହପାଳିତ ପଶୁ ,ପରିବେଶ, ଜଙ୍ଗଲ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଛି। ଅଧିକ ଖବର ପଢନ୍ତୁ...

କ୍ରସର ୟୁନିଟର ବେଆଇନ ବ୍ଲାଷ୍ଟିଂ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

By

Published : Nov 2, 2019, 8:21 PM IST

ବୌଦ୍ଧ: ବେଆଇନ ବ୍ଲାଷ୍ଟିଂ ବିରୋଧରେ ପ୍ରତିବାଦର ସ୍ବର ତେଜିବାରେ ଲାଗିଛି। ଏହା ବିରୋଧରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ । ବୌଦ୍ଧର ଗୋଛାପଡା ଓ ବାଇଶପଡା ଅଞ୍ଚଳରେ ଥିବା କ୍ରସର ୟୁନିଟ ଯୋଗୁଁ ଏବେ ଧୀରେ ଧୀରେ ପରିବେଶ ଓ ମଣିଷ ସମାଜ ଉପରେ ଏହାର ପ୍ରଭାବ ପଡିବା ଆରମ୍ଭ ହୋଇଗଲାଣି।

କ୍ରସର ୟୁନିଟର ବେଆଇନ ବ୍ଲାଷ୍ଟିଂ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ

ବିଶେଷ ଭାବେ ଗୋଛାପଡା ଅଞ୍ଚଳରେ ଥିବା ବେଆଇନ ପାଞ୍ଚଟି କ୍ରସର ଓ ଖରଭୂଇଁ ଅଞ୍ଚଳର ତିନୋଟି କ୍ରସରର ବେଆଇନ ବ୍ଲାଷ୍ଟିଂ ଯୋଗୁଁ ଏବେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବନ୍ୟପ୍ରାଣୀ, ଗୃହପାଳିତ ପଶୁ ,ପରିବେଶ, ଜଙ୍ଗଲ ସହିତ ମଣିଷ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଛି।

ଏହି କାରଣରୁ ଜିଲ୍ଲାରେ ଚର୍ମରୋଗ ଓ କିଡନୀ ରୋଗ ଏକ ମହାମାରୀର ରୂପ ନେବାକୁ ବସିଲାଣି। ଏହାରି ପ୍ରତିବାଦରେ ଶନିବାର 9 ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ଓ ଛତ୍ରଙ୍ଗ ସରପଞ୍ଚ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ପ୍ରଦାନ କରିଛନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details