ବୌଦ୍ଧ: ବିପଦରେ ଜିଲ୍ଲାର ବନ୍ୟଜନ୍ତୁ । ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ପାଞ୍ଚଟି ବନାଞ୍ଚଳରେ ପ୍ରାୟ ସବୁଦିନ ବନ୍ୟଜନ୍ତୁଙ୍କ ଶିକାର ଘଟଣା ସମ୍ମୁଖକୁ ଆସୁଥିବାବେଳେ ଗତକାଲି ରାତିରେ ମନମୁଣ୍ଡା ବନାଞ୍ଚଳରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଭାଲୁ ମୃତ୍ୟୁ ବରଣ କରିଛି ।
ବୌଦ୍ଧ ଜଙ୍ଗଲ ବିଭାଗର ଅପାରଗତା ଯୋଗୁଁ ଶିକାରୀ ଓ ମାଫିଆଙ୍କ କବ୍ଜାରେ ସଂରକ୍ଷିତ ଜଙ୍ଗଲ ରହିଥିବା ବାରମ୍ବାର ଅଭିଯୋଗ ହେଉଛି । ଏସଟିଏଫ ଟିମ ବାଘଛାଲ ଓ ବଜ୍ରକାପ୍ତା ଚାଲାଣ ଆଦିକୁ ଧରିବାରେ ଅନେକ ସମୟରେ ସଫଳତା ମଧ୍ୟ ପାଇଛି । ଗତ ମାସରେ ଦୁଇ ଦିନରେ ଦୁଇଟି ଦନ୍ତାହାତୀ ଶିକାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଥିବା ବେଳେ ଗତକାଲି ରାତିରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଭାଲୁ ମୃତ୍ୟୁ ବରଣ କରିବା ଘଟଣା ବନ ବିଭାଗର ଅପାରଗତାକୁ ସ୍ପଷ୍ଟ କରିଛି ।