ଓଡିଶା

odisha

ETV Bharat / state

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଅନଶନ

ବୌଦ୍ଧ ଜିଲ୍ଲାରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଯୋଗୁଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରାଯାଇଛି । ଅଧିକ ପଢନ୍ତୁ...

Hunger strike against corruption in housing scheme in Boudh
ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୋଧରେ ଅନଶନ

By

Published : Jan 11, 2021, 4:58 PM IST

ବୌଦ୍ଧ: ଜିଲ୍ଲାର ତିନୋଟି ବ୍ଲକର 69 ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ଆବାସ ଗୃହ ଦୁର୍ନୀତି ହୋଇଛି । ଏହି ଦୁର୍ନୀତିକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ଜିଲ୍ଲା ଶାଖା ପକ୍ଷରୁ ସୋମବାର ଗଣଧାରଣା ଓ ଅନଶନ କରାଯାଇଛି ।

ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୋଧରେ ଅନଶନ

ଜିଲ୍ଲାର ତିନୋଟି ବ୍ଲକର 69 ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ଆବାସ ଗୃହ ଦୁର୍ନୀତି ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି । ଏଭଳି ଦୁର୍ନୀତି ସାରା ରାଜ୍ୟରେ ଜିଲ୍ଲାକୁ ନିନ୍ଦିତ କରିଛି । ଜିଲ୍ଲାରେ ପ୍ରକୃତ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ମିଳିପାରୁ ନଥିବା ବେଳେ ମିଳିଥିବା ଆବାସ ଗୃହ ଟଙ୍କାକୁ ଚଞ୍ଚକତା କରି ହଡ଼ପ ହେଉଥିବା ଘଟଣା ସାମନାକୁ ଆସିଛି । ଏପରିକି ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ ଆବାସ ଯୋଜନାର ଅର୍ଥ ହଡପ ହେଉଛି ।

ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଆବାସ ଦୁର୍ନୀତିରେ ଲିପ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସୋମବାର ପ୍ରାଉଟିଷ୍ଟ ବ୍ଲକ ଇଣ୍ଡିଆ ଜିଲ୍ଲା ଶାଖା ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅନଶନରେ ଶତାଧିକ ହିତାଧିକାରୀ ସାମଲି ହୋଇ ତୁରନ୍ତ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details