ବୌଦ୍ଧ:ଦୁଇ ଦିନର ସଟଡାଉନ ପରେ ଜିଲ୍ଲାର ବିଭିନ୍ନ ବଜାରରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସହ ପ୍ରାୟ ସମସ୍ତ ଦୋକାନ ବଜାର ଖୋଲିଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ କେବଳ ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି ।
କରୋନାର ଦ୍ବିତୀୟ ଲହରୀର କାୟାରେ କବଳିତ ହେବାରେ ଲାଗିଛି ସମଗ୍ର ଜିଲ୍ଲା । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ଦେଢଶହରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ 5 ହଜାର ମୁହାଁ ହେବାକୁ ବସିଛି ସଂକ୍ରମିତଙ୍କ ସଂଖ୍ୟା। ତେବେ ଏପରି ସ୍ଥିତିରେ ସପ୍ତାହନ୍ତ ସଟଡାଉନ ପରେ ଆଜି ଜିଲ୍ଲାର ସଦର ବଜାର ସମେତ ବାଉଁଶୁଣୀ, ମନମୁଣ୍ଡା, ପୁରୁଣାକଟକ, କଣ୍ଟାମାଳ ଭଳି ସ୍ଥାନରେ ଥିବା ବଜାରରେ ଆଜି ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।