ଓଡିଶା

odisha

ETV Bharat / state

MANEREGA Scam: ତେଲିବନ୍ଧ ଓ ପଦ୍ମନପୁର ପଞ୍ଚାୟତରେ ମନରେଗା ଯୋଜନାରେ ମହାଘୋଟାଲା - ବୌଦ୍ଧରେ ମନରେଗା ଯୋଜନାରେ ମହାଘୋଟାଲା

ମନରେଗା ଯୋଜନାରେ ମହାଘୋଟାଲା । ଦଶ ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇଥିବା ପୋଖରୀରେ ନାହିଁ ଦଶ ଲିଟର ପାଣି । ବୌଦ୍ଧ ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ତେଲିବନ୍ଧ ଓ ପଦ୍ମନପୁର ପଞ୍ଚାୟତରେ ମନରେଗା ଯୋଜନାରେ ମହାଘୋଟାଲା
ତେଲିବନ୍ଧ ଓ ପଦ୍ମନପୁର ପଞ୍ଚାୟତରେ ମନରେଗା ଯୋଜନାରେ ମହାଘୋଟାଲା

By

Published : Apr 14, 2022, 4:59 PM IST

Updated : Apr 14, 2022, 5:26 PM IST

ବୌଦ୍ଧ:ମନରେଗା ଯୋଜନାରେ ମହାଘୋଟାଲା । ଦଶ ଲକ୍ଷ ଟଙ୍କା ଖର୍ଚ୍ଚରେ ହୋଇଥିବା ପୋଖରୀରେ ନାହିଁ ଦଶ ଲିଟର ପାଣି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ ।ଅନେକ ସ୍ଥାନରେ ମନରେଗା କାର୍ଯ୍ୟରେ କେବଳ ସୂଚନା ଫଳକ ଓ କାଗଜପତ୍ରରେ ସିମୀତ ଏହି ଯୋଜନା । ସୂଚନା ଅନୁଯାୟୀ, ରାସ୍ତା ଘାଟ ଏବଂ ପୋଖରୀର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଯୋଗାଇ ଦେଉଛନ୍ତି । କିନ୍ତୁ ଏସବୁର ଉନ୍ନତି ନାରେ ଚାଲିଛି ଖୁଲମଖୁଲା ଦୁର୍ନୀତି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ଅନ୍ତର୍ଗତ 69 ପଞ୍ଚାୟତ ମଧ୍ୟରୁ ଅଧିକାଂଶ ପଞ୍ଚାୟତରେ ବର୍ତ୍ତମାନ ମନରେଗା ଯୋଜନା ଦିଗହରା ହୋଇପଡିଥିବା ଅଭିଯୋଗ ହୋଇଛି । ଅନେକ ସ୍ଥାନରେ ମନରେଗା କାର୍ଯ୍ୟରେ କେବଳ ସୂଚନା ଫଳକ ଓ କାଗଜପତ୍ରରେ ସିମୀତ ଏହି ଯୋଜନା । ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଜେସିବି ଓ ଟ୍ରାକ୍ଟର ତଥା ଭୂତ ଶ୍ରମିକ ଉପକୃତ ହେଉଛନ୍ତି ।

ବୌଦ୍ଧ ଜିଲ୍ଲା ସଦର ବ୍ଲକ ତେଲିବନ୍ଧ ପଞ୍ଚାୟତରେ ଏଭଳି ଦୁଇଟି ପୋଖରୀରେ ଦୁର୍ନୀତି ହୋଇଥିବା ନେଇ ପୂର୍ବତନ ସରପଞ୍ଚ ଅଭିଯୋଗ କରିଛନ୍ତି । ପ୍ରଥମଟି କମଲପୁର ଗ୍ରାମ ବନ୍ଧର ଉନ୍ନତି କରଣ ତଥା ରାସ୍ତା ନିର୍ମାଣ ମନରେଗା ଯୋଜନାରେ ହୋଇଥିଲେ ମଧ୍ୟ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଉକ୍ତ ତେଲିବନ୍ଧ ପଞ୍ଚାୟତର 57 ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ମୁଣ୍ଡା ବନ୍ଧକୁ ଗ୍ରାମ୍ୟ ବନ୍ଧ ଦର୍ଶାଇ ଦୁଇ ଦୁଇଥର ବିଲ ହୋଇଥିବା ଅଭିଯୋଗ ହୋଇଛି । ତେବେ ସବୁଠାରୁ ଦୁଃଖର କଥା ଦଶରୁ କୋଡିଏ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ଏସବୁ ପୋଖରୀରେ ଟୋପାଏ ମଧ୍ୟ ପାଣି ନାହିଁ ।

ସେହିପରି ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ଆରଡି ରାସ୍ତା ଠାରୁ ଚରଦା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ମନରେଗା ରାସ୍ତା ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ମାଧ୍ୟମରେ ହେଉଥିବାରୁ ଏନେଇ ସ୍ଥାନୀୟ ଶ୍ରମିକ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏଦିଗରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Apr 14, 2022, 5:26 PM IST

ABOUT THE AUTHOR

...view details