ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା ଦୁର୍ନୀତି ଚରମରେ ପହଞ୍ଚିଥିବା ଅଭିଯୋଗ । ରାସନ ଠାରୁ ଭତ୍ତା ପର୍ଯ୍ୟନ୍ତ, ସର୍ବୋପରି ଆବାସ ଯୋଜନାରେ ଦୁର୍ନୀତି ଯୋଗୁଁ ପ୍ରକୃତ ହିତାଧିକାରୀ ଏସବୁ କଲ୍ୟାଣକାରୀ ଯୋଜନାରୁ ବାଦ ପଡୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ପଞ୍ଚାୟତରେ ମନରେଗା ଯୋଜନାରେ ମନମାନୀ ଚାଲିଥିବାରୁ ଅସନ୍ତୁଷ୍ଟ ସାଧାରଣ ଲୋକେ ।
ବୌଦ୍ଧରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ
ବୌଦ୍ଧରେ ବିଭିନ୍ନ ଯୋଜନରା ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ । ପ୍ରକୃତ ହିତାଧିକାରୀ ସମସ୍ତ କଲ୍ୟାଣକାରୀ ଯୋଜନାରୁ ବାଦ ପଡୁଥିବାରୁ ହିତାଧିକାରୀଙ୍କ କ୍ଷୋଭ । ଅଧିକ ପଢନ୍ତୁ
huge corruption allegation of boudh in various govt schemes
ଏପରିକି ପଞ୍ଚାୟତ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଦୁର୍ବିସହ ହୋଇପଡିଛି । ସେହିପରି ପଞ୍ଚାୟତରେ ରାସନ କାର୍ଡ, ଭତ୍ତା ଓ ଆବାସ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ପାଇପାରୁ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି ହିତାଧିକାରୀ ।
ଇଟିଭି ଭାରତ, ବୌଦ୍ଧ