ଓଡିଶା

odisha

By

Published : Jan 12, 2020, 9:48 PM IST

ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଆଦିବାସୀ ପରିବାର ଉପରେ ଆକ୍ରମଣ

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତିଲପଙ୍ଗା କନ୍ଧସାହିରେ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଟି ଆଦିବାସୀ ପରିବାରଙ୍କ ଉପରେ ଆକ୍ରମଣ । ଥାନାରେ ଅଭିଯୋଗ ସତ୍ତ୍ବେ ମିଳିନି ସୁଫଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ  ପରିବାର ଉପରେ ଆକ୍ରମଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ଉପରେ ଆକ୍ରମଣ

ବୌଦ୍ଧ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଟି ପରିବାର ଉପରେ ଆକ୍ରମଣ ଅଭିଯୋଗ । ଖୋଦ ଫାଣ୍ଡି ଅଧିନରେ କାର୍ଯ୍ୟରତ ଗ୍ରାମରକ୍ଷୀଙ୍କ ଘର ଉପରେ ଆକ୍ରମଣ ହୋଇଥିଲା ବେଳେ ଅନ୍ୟ ଅସହାୟ ପରିବାର ଉପରେ ମଧ୍ୟ ଆକ୍ରମଣ ହୋଇଛି । ସନ୍ଧ୍ୟା ହେଲେ ଏହି ଅସହାୟ ପରିବାର ଜଙ୍ଗଲରେ ଲୁଚି ରହୁଛନ୍ତି । ଏଭଳି ଦୃଶ୍ୟ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାର ଶଗଡା ଫାଣ୍ଡି ଅନ୍ତର୍ଗତ ଗୁନ୍ଦୁଳିଆ ପଞ୍ଚାୟତ ତିଲପଙ୍ଗା କନ୍ଧସାହିରୁ ଆସିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ଉପରେ ଆକ୍ରମଣ


ଗ୍ରାମରେ ପୂର୍ବ ଶତ୍ରୁତା ଯୋଗୁଁ କିଛି ବ୍ୟକ୍ତି ସଂଘବଦ୍ଧ ହୋଇ ଦୁଇଟି ଆଦିବାସୀ ପରିବାରର ଘର ଉପରେ ଆକ୍ରମଣ କରି ଭଙ୍ଗାରୁଜା କରିଥିଲେ। ଗତ 8 ତାରିଖରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଶଗଡା ଫାଣ୍ଡି ଓ ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଏଯାବତ କୌଣସି ସୁଫଳ ମିଳିପାରା ନାହିଁ । ଜଣେ ଗାଁର ଗ୍ରାମରକ୍ଷୀ ହୋଇଥିବା ବେଳେ ଅନ୍ୟ ଅସହାୟ ପରିବାର ଭୟରେ ଜୀବନ ବିକଳରେ ସନ୍ଧ୍ୟା ହେବା ମାତ୍ରେ ନିକଟସ୍ଥ ଜଙ୍ଗଲରେ ପରିବାର ସହ ଲୁଚି ରହୁଥିବା କହିଛନ୍ତି । ଏସମ୍ପର୍କରେ ମନମୁଣ୍ଡା ଥାନା ଅଧିକାରୀ କହିଛନ୍ତି ଯେ ଏହି ଘଟଣାରେ ଦୁଇଟି ପକ୍ଷରୁ ପୃଥକ ଲିଖିତ ଅଭିଯୋଗ ହୋଇଛି ଓ ନିଶ୍ଚିତ ଏହାର ସମାଧାନ କରାଯିବ ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details