ଓଡିଶା

odisha

ETV Bharat / state

ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ ସେବା - ବୌଦ୍ଧରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା

ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ ସେବା । ବିଶ୍ବ ସ୍ବାସ୍ଥ୍ୟ ଦିବସରେ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଆମ୍ବଝରୀବାସୀ ।

horrible health condition in boudha
ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ ସେବା

By

Published : Apr 8, 2021, 9:00 AM IST

ବୌଦ୍ଧ : ସ୍ବାସ୍ଥ୍ୟ ସେବା ଦିବସରେ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ସ୍ଥିତି ପରଖି ଥିଲା ଇଟିଭି ଭାରତ ଟିମ । ଜିଲ୍ଲାର ତିନୋଟି ବ୍ଲକର ତଳଗାଁ, ମହାଲିକପଡା, ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ବରଗାଁ, ନାରାୟଣପ୍ରସାଦ ଓ ଉମଖ ଉପାନ୍ତ ପଞ୍ଚାୟତ ଗୁଡିକରେ ବର୍ଷ ତମାମ ସ୍ବାସ୍ଥ୍ୟ ଅପହଞ୍ଚ ରହିଛି ।

ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ ସେବା

ଆମ୍ବଝରୀ ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ଅଭାବ ସାଙ୍ଗକୁ କୌଣସି ପ୍ରକାର ସ୍ବାସ୍ଥ୍ୟ ସେବା ଠିକରେ ମିଳୁନଥିବା ଅଭିଯୋଗ ହୋଇଛି । ଏଠାରେ ଷ୍ଟାଫ କ୍ବାର୍ଟର ଅଭାବ ଓ ବିଦ୍ୟୁତ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଥିବାରୁ ଏଭଳି ଅବସ୍ଥା ଉପୁଜିଥିବା ଜଣାପଡିଛି । ସେହିପରି କଣ୍ଟାମାଳ ବ୍ଲକ ଉପାନ୍ତ ନାରାୟଣପ୍ରସାଦ ପଞ୍ଚାୟତରେ କୌଣସି ପ୍ରକାରର ସ୍ବାସ୍ଥ୍ୟ ସେବା ମିଳିପାରୁ ନଥିବା ନେଇ ବ୍ଲକ ଉପାଧ୍ୟକ୍ଷା ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details