ଓଡିଶା

odisha

ETV Bharat / state

ଭଙ୍ଗା ଦଦରା ଘରେ କଟୁଛି ଦିବ୍ୟାଙ୍ଗ ସୂର୍ଯ୍ୟକାନ୍ତିଙ୍କ ଦିନ

ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ ଅନେକ ସ୍ଥାନରେ ଅବହେଳାର ଶିକାର ହୋଇ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ...

ଭଙ୍ଗା ଦଦରା ଘରେ କାଳ କାଟୁଛନ୍ତି ଦିବ୍ୟାଙ୍ଗ ସୂର୍ଯ୍ୟକାନ୍ତି
ଭଙ୍ଗା ଦଦରା ଘରେ କାଳ କାଟୁଛନ୍ତି ଦିବ୍ୟାଙ୍ଗ ସୂର୍ଯ୍ୟକାନ୍ତି

By

Published : Jun 14, 2021, 11:14 AM IST

ବୌଦ୍ଧ: ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି କିନ୍ତୁ ଅନେକ ସ୍ଥାନରେ ଅବହେଳାର ଶିକାର ହୋଇ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଓ ମୁର୍ଷୃଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର କିଛି ମିଟର ଦୂରରେ ଅବସ୍ଥିତ ଲୁଣିଯୋର ବସ୍ତିରେ ।

ଭଙ୍ଗା ଦଦରା ଘରେ କାଳ କାଟୁଛନ୍ତି ଦିବ୍ୟାଙ୍ଗ ସୂର୍ଯ୍ୟକାନ୍ତି

ବସ୍ତିରେ ଭିନ୍ନକ୍ଷମ ତଥା ଅବିବାହିତ ସୂର୍ଯ୍ୟକାନ୍ତି ଅତ୍ୟନ୍ତ ଅସହାୟ ଭାବରେ ଏକ ଭଙ୍ଗା ଜରିପାଲ ଟଣା ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ସୂର୍ଯ୍ୟକାନ୍ତିଙ୍କ ଭଲମନ୍ଦ ବୁଝୁଥିବା ବୁଢାବାପା ଠିକ ବର୍ଷେ ତଳେ ଆରପାରିକୁ ଚାଲିଗଲେ ଫଳରେ ସୂର୍ଯ୍ୟକାନ୍ତିଙ୍କ ଦୁଃଖ ଆହୁରି ବଢିଯାଇଛି । ଭାଇ ଥିଲେ ମଧ୍ୟ କେତେବେଳେ କେମିତି ସାହାଯ୍ୟ କରୁଛନ୍ତି । ଏଭଳି ଅବସ୍ଥାରେ ସୂର୍ଯ୍ୟକାନ୍ତି ଏକା ଏକା ଜୀବନ କାଟୁଛନ୍ତି ।

କାନକୁ ଶୁଭୁନାହିଁ କି ନିଜ ଦୁଃଖ ଶୁଣାଇବାକୁ ପାଟି ଖୋଲୁ ନାହିଁ । ଫଳରେ ପିତାଙ୍କ ବିୟୋଗ ପରେ ଏହି ଭିନ୍ନକ୍ଷମ ମହିଳା ଜଣକ ନିଜ ଭାଗ୍ୟକୁ ଆଦରି ଏଠାରେ ପଡି ରହିଛନ୍ତି । ସେପଟେ ବାପାଙ୍କ ମୃତ୍ୟୁ ପାଇଁ ମଧ୍ୟ ପଞ୍ଚାୟତ ପକ୍ଷରୁ ଟଙ୍କାଟିଏ ସାହାଯ୍ୟ ମିଳିଲା ନାହିଁ । ବର୍ତ୍ତମାନ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଥିବା ଏହି ଭିନ୍ନକ୍ଷମ ମହିଳାଙ୍କୁ ସରକାରୀ ପକ୍କା ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details