ବୌଦ୍ଧ: ଭୁଲ ଔଷଧ ସେବନ ପରେ ନିଜ ଗୋଟିଏ ଗୋଡ ହରାଇ ସକ୍ଷମରୁ ଭିନ୍ନକ୍ଷମ ପାଲଟିଲେ ଗଲେ ଯୁବକ । ଗୋଟିଏ ଗୋଡ କଟାଯିବା ପରେ ନିଜ ପରିବାରକୁ କେମିତି ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଯୁକବ । ପୁଅର ଚିକିତ୍ସା ପାଇଁ ପରିବାର ସବୁକୁଛି ବିକି ସର୍ବଶାନ୍ତ ହେବା ପରେ ସରକାରୀ ସହାୟତା ପାଇଁ ଅକୁଳ ବିନତି କରିଛି ପରିବାର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଦପଲା ପଞ୍ଚାୟତର ଲଏଡା ଗ୍ରାମରେ । ନିଜର ଛୋଟ ପରିବାରକୁ ନେଇ ହସଖୁସିରେ ଦିନ କାଟୁଥିବା ପଞ୍ଚାୟତର ଲଏଡା ଗ୍ରାମ ସତ୍ୟନାରାୟଣ ବାରିକ । ନିଜ ଅଞ୍ଚଳରେ ବାରିକ ବୃତ୍ତି କରି ପରିବାର ପ୍ରତିପୋଷଣ କରୁଥିଲେ ।
ସତ୍ୟ ନାରାୟଣ ବାରିକଙ୍କ କହିଛନ୍ତି, ‘‘ଗତ ପ୍ରାୟ ବର୍ଷେ ତଳେ ସତ୍ୟଙ୍କ ପାଦ ପାଖରେ ଏକ କଳା ମାଂସ ବୃଦ୍ଧି ପାଇବାରେ ଲାଗିଥିଲା । ଚିକିତ୍ସା ପାଇଁ ମନମୁଣ୍ଡା ଓ ସୋନପୁର ଡାକ୍ତରଖାନାରେ ପହଞ୍ଚିଥିଲେ । ଅଳ୍ପ କିଛି ଚିକିତ୍ସା ପରେ ମନମୁଣ୍ଡା ଡାକ୍ତରଖାନାର ଜଣେ କର୍ମଚାରୀ କୁଷ୍ଠ ହୋଇଥିବା ଆଶଙ୍କା କରି ଏମଡିଟି ଔଷଧ ସେବନ ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଏମଡିଟି ଔଷଧ ସେବନ ପରେ ପରେ ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଥିଲା । ଧିରେ ଧିରେ ପାଦ ରୁନେଇ ଉକ୍ତ ସଂକ୍ରମଣ ଜଙ୍ଘ ଆଡ଼କୁ ବ୍ୟାପିବା ଆରମ୍ଭ କରିଥିଲା । ଚିକିତ୍ସା ପାଇଁ ମନମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ଓ ଶେଷରେ କଟକ ଏସସିବିରେ ଚିକିତ୍ସା କରାଇଥିଲି । ସଂକ୍ରମଣ ରୋକିବା ପାଇଁ ବାମ ଗୋଡ଼ର ଜଙ୍ଘକୁ କାଟି ଦେଲେ ଡାକ୍ତର ।’’