ବୌଦ୍ଧ:ପ୍ରବଳ ଶୀତର ଲହରୀରେ ଥରୁଛି ଜିଲ୍ଲା । ୟେଲୋ ଓ୍ବାର୍ଣ୍ଣିଂ ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ଦିନରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଶୀତ ଯୋଗୁଁ ଚାରିଆଡେ ଖାଁ ଖାଁ ରହିଥିବାବେଳେ ବିଭିନ୍ନ ଜାଗାର କୁହୁଡିର ପ୍ରଭାବ ଦେଖିବାକୁ ମିଳୁଛି ।
ବୌଦ୍ଧ ଜିଲ୍ଲାରେ ପ୍ରବଳ ଶୀତ ଲହରୀ, ଦୁଇ ମୃତ୍ୟୁ ଅଭିଯୋଗ - ବୌଦ୍ଧ ଜିଲ୍ଲାରେ ପ୍ରବଳ ଶୀତର ଲହରୀ
ବୌଦ୍ଧରେ ପ୍ରବଳ ଶୀତର ଲହରୀ ଯୋଗୁଁ ଥରୁଛି ଜିଲ୍ଲା । ଶୀତର ପ୍ରକୋପରେ ଜିଲ୍ଲାରେ ଦୁଇ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ...
ପ୍ରବଳ ଶୀତର ଲହରୀ ଯୋଗୁଁ ଥରୁଛି ସମଗ୍ର ଜିଲ୍ଲା । କେବଳ ନିଆଁ ଲାଗି ଥିବା ସ୍ଥାନକୁ ଛାଡି ଦେଲେ ଅନ୍ୟ ସବୁଆଡେ ନିଛାଟିଆ ଦୃଶ୍ୟମାନ ହେଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ଧରି ପ୍ରବଳ ଶୀତର ଲହରୀ ଅନୁଭୂତ ହେଉଛି । ପାଣିପାଗ ବିଭାଗ ବୌଦ୍ଧ ଜିଲ୍ଲାକୁ ଏଥିପାଇଁ ୟେଲୋ ଓ୍ବାର୍ଣ୍ଣିଂ ଘୋଷଣା କରିଥିବାବେଳେ ପାରଦ ଦଶ ଡିଗ୍ରୀ ତଳେ ରହୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ସଂଧ୍ୟା ପରଠାରୁ ସକାଳ ନଅଟା ପର୍ଯ୍ୟନ୍ତ ଅଘୋଷିତ କର୍ଫ୍ୟୁ ଭଳି ରାସ୍ତା ଘାଟ ଶୂନସାନ ହୋଇପଡୁଛି ।ଅଧିକାଂଶ ସ୍ଥାନରେ ଲୋକେ ନିଆଁ ଜାଳି ସେକି ହେଉଥିବା ଦେଖାଯାଉଛି ।
ସେପଟେ ଆଜି ଶୀତର ଲହରୀ ଯୋଗୁଁ ଗୋଟିଏ ଦିନରେ ଦୁଇ ଦୁଇଟି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜଣେ ବୃଦ୍ଧ ହରଭଙ୍ଗା ଗ୍ରାମର ହୋଇଥିବାବେଳେ ଅନ୍ୟ ଜଣେ ବୃଦ୍ଧ ବଲାକିରା ଗ୍ରାମର ହୋଇଥିବା ଜଣାପଡିଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଶୀତର ଲହରୀକୁ ଦେଖି ବ୍ଲକ ତଥା ପଞ୍ଚାୟତ ସ୍ତରରେ ପ୍ରସ୍ତୁତି ପାଇଁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ