ଓଡିଶା

odisha

ETV Bharat / state

ବୌଦ୍ଧରେ ବର୍ଷା ସାଙ୍ଗକୁ ବଜ୍ରପାତ, ଜନଜୀବନ ଅସ୍ତବ୍ୟସ୍ତ - thunderstorm in boudh

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ ଯୋଗୁଁ ଅନେକ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ଚାଳଛପର ଘର ଉଡିଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ବର୍ଷା ସାଙ୍ଗକୁ ବଜ୍ରପାତ, ଜନଜୀବନ ଅସ୍ତବ୍ୟସ୍ତ
ବୌଦ୍ଧରେ ବର୍ଷା ସାଙ୍ଗକୁ ବଜ୍ରପାତ, ଜନଜୀବନ ଅସ୍ତବ୍ୟସ୍ତ

By

Published : Apr 26, 2020, 7:51 PM IST

ବୌଦ୍ଧ: ଘୂର୍ଣ୍ଣିଝଡ ଓ ବର୍ଷା ଯୋଗୁଁ ବୌଦ୍ଧ ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି । ପ୍ରବଳ ଘୂର୍ଣ୍ଣିଝଡ ସହିତ ବଜ୍ରପାତରେ ଅନେକ କ୍ଷୟ କ୍ଷତି ହୋଇଥିବା ସୂଚନା । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ ଯୋଗୁଁ ଅନେକ ଗଛ ଉପୁଡି ପଡିଥିବା ବେଳେ କେତେକ ସ୍ଥାନରେ ଚାଳଛପର ଘର ଉଡିଯାଇଛି । ବୌଦ୍ଧ ପୌରପରିଷଦର କେତେକ ସ୍ଥାନରେ ନର୍ଦ୍ଦମା ଜଳ ନିଷ୍କାସନ ହୋଇନପାରି ଲୋକଙ୍କ ଘର ଭିତରେ ପଶି ଯାଇଥିଲା ।

ବୌଦ୍ଧରେ ବର୍ଷା ସାଙ୍ଗକୁ ବଜ୍ରପାତ, ଜନଜୀବନ ଅସ୍ତବ୍ୟସ୍ତ

ଅନ୍ୟପକ୍ଷେ ହରଭଙ୍ଗା ବ୍ଲକ ଜିଆଁକଟାରେ ବଜ୍ରପାତରେ ଦୁଇଟି ବଳଦଙ୍କ ମୃତ୍ୟୁ ହୋଇଛି । ସେପଟେ ପଲସାଗୋରା ପଞ୍ଚାୟତ ଆୟମପାଲି ଗାଁରେ ଏକ ବିରାଟ ଭାଲୁ ପଶି ଆସିଥିଲା । ଜଙ୍ଗଲ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ବଜ୍ରପାତରେ ଭୟଭୀତ ହୋଇ ଭାଲୁଟି ଆଶ୍ରୟ ଖୋଜି ଖୋଜି ଗାଁରେ ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ନିର୍ମିତ ଘରେ ଦୀର୍ଘ ସମୟ ଧରି ରହିଥିଲା । ପରେ ଭାଲୁଟି ଏକ ବୁଦା ଅଞ୍ଚଳକୁ ଚାଲିଯାଇଛି । ଘଟଣା ସ୍ଥଳରେ କଣ୍ଟାମାଳ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଭାଲୁ ଓ ମଣିଷଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details