ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ଓ ବୁଧବାର ଅପରାହ୍ନରେ ଘୂର୍ଣ୍ଣିଝଡ ସହିତ ପ୍ରବଳ ବର୍ଷା ହୋଇଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେବା ସହିତ ଏହି ଅଦିନିଆ ବର୍ଷା ଯୋଗୁଁ ରବି ଧାନଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡିଯାଇଛି ।
ବୌଦ୍ଧରେ ଦୁଇ ଦିନ ଲଗାଣ ବର୍ଷା, ଚିନ୍ତାରେ ରବି ଧାନ ଚାଷୀ - ବୌଦ୍ଧରେ ବର୍ଷିଲା ବର୍ଷା
ବୌଦ୍ଧରେ ଦୁଇ ଦିନିଆ ଅଦିନିଆ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ରବି ଧାନଚାଷ କରିଥିବା ଚାଷୀଙ୍କ ଦୁଃଖ ଏବେ ଆହୁରି ବଢିଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧରେ ଦୁଇ ଦିନ ବର୍ଷିଲା ବର୍ଷା, ଚିନ୍ତାରେ ରବି ଧାନ ଚାଷୀ
ବୌଦ୍ଧରେ ଦୁଇ ଦିନ ବର୍ଷିଲା ବର୍ଷା, ଚିନ୍ତାରେ ରବି ଧାନ ଚାଷୀ
ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରବିଧାନ କ୍ଷତି ହୋଇଛି । ସେପଟେ ବାଉଁଶୁଣୀ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ବର୍ଷାରେ ଭିଜିଯାଇଛି ଚାଷୀଙ୍କ ଧାନ । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପଯୁକ୍ତ ଭାବରେ କରିନଥିବାରୁ ଧାନ କ୍ବିଣ୍ଟାଲ ପିଛା 2500ରୁ 3000 ଟଙ୍କା କରିବାକୁ ଦାବି କରିଛନ୍ତି ରବିଧାନ ଚାଷ କରିଥିବା ଚାଷୀ । ଜିଲ୍ଲାରେ କିଭଳି ରବିଧାନ ସଂଗ୍ରହ ହେଉଛି ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେବା ସହ ବର୍ଷା ଯୋଗୁଁ କୌଣସି ମଣ୍ଡିରେ ଧାନ ଭିଜିଥିଲେ ତାର ଅନୁଧ୍ୟାନ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ