ଓଡିଶା

odisha

ETV Bharat / state

ତତଲା କଡେଇରେ ସିଝୁଛି ବୌଦ୍ଧ

ବୌଦ୍ଧ ଜିଲ୍ଲାରେ ଦିନ 10ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡୁଛି । ଏତି ଜରୁରୀ କାର୍ଯ୍ୟରେ ବାହାରକୁ ଆସିଲେ ମଧ୍ୟ ଝାଞ୍ଜି ଖରାର କୋପ ସହି ହେଉନାହିଁ ।

By

Published : May 10, 2019, 2:32 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, ବୌଦ୍ଧ

ବୌଦ୍ଧ: ବାତ୍ୟା ଫନି ପରେ ମଧ୍ୟ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡଫଟା ଖରା ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ଏହା ମଧ୍ୟରେ ଆମ ‘ଇଟିଭି ଭାରତ’ ପ୍ରତିନିଧି ପହଁଞ୍ଚିଥିଲେ ବୌଦ୍ଧ ଜିଲ୍ଲାର ପ୍ରମୁଖ ବ୍ରିଜ୍ ଛକଠାରେ । ଯେଉଁଠାରେ ସେ ଲୋକଙ୍କ ପାଖରୁ ଜିଲ୍ଲାରେ ଜାରି ରହିଥିବା ଗ୍ରୀଷ୍ମପ୍ରବାହର ସମ୍ପର୍କରେ ପଚାରି ବୁଝିଥିଲେ ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ବୌଦ୍ଧ

ଲୋକଙ୍କ କହିବା ଅନୁଯାୟୀ, ଦିନ 10ଟା ପରେ ଘରୁ ବାହାରିବା କଷ୍ଟ ହୋଇପଡୁଛି । ଏତି ଜରୁରୀ କାର୍ଯ୍ୟରେ ବାହାରକୁ ଆସିଲେ ମଧ୍ୟ ଝାଞ୍ଜି ଖରାର କୋପ ସହି ହେଉନାହିଁ । ଏଥିସହ ବ୍ରିଜ ଛକ ଠାରେ ଦିନଦ୍ବିପ୍ରହରେ ଜନଶୂନ୍ୟ ହୋଇପଡୁଛି ରାଜରାସ୍ତା । ଏଥିସହ ସହରର ତାପମାତ୍ରା 45ଡିଗ୍ରୀ ତଳକୁ ଖସିବା ନା ନେଉଁନାହିଁ । ତେବେ ଏହା ଦେଖିବା ବାକି ରହିଲା ଆଉ କେତେଦିନ ଏପରି ସହରରେ ଗ୍ରୀଷ୍ମପ୍ରଭାବ ଜାରି ରହିବ ।


ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details