ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଆକାଶରୁ ଯେମିତି ପଡୁଛି ନିଆଁ ହୁଳା । ଗରମ ସାଙ୍ଗକୁ ଗୁଳିଗୁଳିର ଚୋଟରେ ଅସ୍ତବ୍ୟସ୍ତ ଜନଜୀବନ ହେଲାଣି । ରାଜ୍ୟର ପ୍ରତିଟି ଜିଲ୍ଲାରେ ଏସଆରସି ପକ୍ଷରୁ ବାରୋମିଟର ଲଗାଯାଇଛି । ହେଲେ ବୌଦ୍ଧ ଜିଲ୍ଲାରେ ନାହିଁ ବାରୋମିଟର ମାପମାନ ଯନ୍ତ୍ର ।
ରାଜ୍ୟର ପ୍ରତିଟି ଜିଲ୍ଲାରେ ବାରୋମିଟର ଲଗାଯାଇଛି । ଅଥଚ ବୌଦ୍ଧ ଜିଲ୍ଲାରେ ନାହିଁ ବାରୋମିଟର । ଜିଲ୍ଲାର ଗଠନର 25 ବର୍ଷରୁ ଊର୍ଦ୍ଧ୍ବ ହୋଇଯାଇଥିଲେ ମଧ୍ୟ ପ୍ରଶାସନ ନିକଟରେ ସଠିକ ତାପମାତ୍ରାର ଠିକଣା ନାହିଁ । ଜନସାଧାରଣ ଯେ ଅନୌପଚାରିକ ଭାବେ ମୋବାଇଲ କିମ୍ବା ଅନ୍ୟାନ୍ୟ ଯନ୍ତ୍ରରୁ ତାପମାତ୍ରାର ସୂଚନା ପାଉଥିଲେ ମଧ୍ୟ କେତେକ କ୍ଷେତ୍ରରେ ଏହାର ମେଳଖାଉ ନାହିଁ । ଯାହା ସାଧାରଣଲୋକଙ୍କୁ ଦ୍ବନ୍ଦ୍ବରେ ପକାଉଛି ।