ବୌଦ୍ଧ: ଶହେ ଟଙ୍କା ପାଇଁ ପୁରା ସ୍କୁଲର ଛାତ୍ରଛାତ୍ରୀ ପାଇଲେ ଦଣ୍ଡ । ପରୀକ୍ଷା ଥିବା ସତ୍ତ୍ବେ ଅବିଭାବକ ମାନେ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରି ବିଦ୍ୟାଳୟରେ ତାଲା ପକାଇଛନ୍ତି । ବୌଦ୍ଧ ଜିଲ୍ଲା ତାଳସରଡା ପଞ୍ଚାୟତର ସିଙ୍ଘାରୀ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏପରି ଅଭାବନୀୟ ଘଟଣା।
ଶହେ ଟଙ୍କା ପାଇଁ ଦଣ୍ଡ, ସ୍କୁଲରେ ଅଭିଭାବକ ପକାଇଲେ ତାଲା - ସ୍କୁଲରେ ପଡିଲା ତାଲା
ଶହେ ଟଙ୍କା ହଜିଯିବାରୁ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଡ ମାରିଲେ ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲରେ ଅଭିଭାବକ ପକାଇଲେ ତାଲା । ଅଧିକ ପଢ଼ନ୍ତୁ...
ଅଭିଯୋଗ ଅନୁଯାୟୀ ବୁଧବାର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶହେଟଙ୍କା ହଜି ଯିବାରୁ ସେ ପ୍ରାୟ ଘଣ୍ଟାଏ କାଳ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ କଠୋରୀରେ ବନ୍ଦ କରି ରଖିଥିଲେ । ଏହାପରେ ଗୁରୁବାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅତି ନିଷ୍ଠୁର ଭାବେ ବାଡେଇ ଟଙ୍କା କିଏ ଚୋରି କରିଛ ବୋଲି ପିଟି ଚାଲିଥିଲେ । ଯାହାପରେ ଶୁକ୍ରବାର ପରୀକ୍ଷା ଥିବା ସତ୍ତ୍ବେ ଅଭିଭାବକ ମାନେ ସ୍କୁଲକୁ ଆସି ତାଲା ପକାଇବା ସହ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରି ପ୍ରଶାସନକୁ ରିପୋର୍ଟ ଦିଆଯିବ ବୋଲି ଜଣାପଡିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ