ଓଡିଶା

odisha

ETV Bharat / state

ଅଭିନବ ଉପାୟରେ ଧାରଣା: ବ୍ଲକ ଅଫିସ ଭିତରେ-ବାହାରେ ପତାକା ଉତ୍ତୋଳନ - ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ

ସାଧାରଣତନ୍ତ୍ର ଦିବସରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟାଳୟ ମୁଖ୍ୟ ଫାଟକର ଭିତରେ ଓ ବାହାରେ ଉଭୟ ସ୍ଥାନରେ ବ୍ଲକ ପ୍ରଶାସନ ଓ ପିଆରଆଇ ସଦସ୍ୟଙ୍କ ପତାକା ଉତ୍ତୋଳନ କରିଛନ୍ତି।

harabhanga-block-office-lockup-last-7-days
ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ଭିତରେ ବାହାରେ ପତାକା ଉତ୍ତୋଳନ

By

Published : Jan 26, 2020, 11:58 PM IST

ବୌଦ୍ଧ: ସାଧାରଣତନ୍ତ୍ର ଦିବସରେ ଜିଲ୍ଲାର ହରଭଙ୍ଗା ବ୍ଲକ କାର୍ଯ୍ୟାଳୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଲା। ବ୍ଲକ କାର୍ୟ୍ୟାଳୟର ମୁଖ୍ୟ ଫାଟକର ଭିତରେ ଓ ବାହାରେ, ଉଭୟ ସ୍ଥାନରେ ବ୍ଲକ ପ୍ରଶାସନ ଓ ପିଆରଆଇ ସଦସ୍ୟ ପତାକା ଉତ୍ତୋଳନ କରିଛନ୍ତି।

ବୌଦ୍ଧ ଜିଲ୍ଲାର ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପ୍ରାୟ ସପ୍ତାହେ ହେବ ଲାଗି ରହିଛି ଅଚଳାବସ୍ଥା । ସ୍ଥାୟୀ ବିଡିଓ ନିଯୁକ୍ତି ଦାବିରେ ଗତ 7 ଦିନ ହେବ ବ୍ଲକର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ରବିବାର ସାଧାରଣତନ୍ତ୍ର ଦିବସ ଅବସରରେ ନିର୍ବାଚିତ ଜନପ୍ରତିନିଧି ମୁଖ୍ୟ ଫାଟକ ସମ୍ମୁଖ ଧାରଣାସ୍ଥଳରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ହରଭଙ୍ଗା ବ୍ଲକ କାର୍ଯ୍ୟାଳୟର ଭିତରେ ବାହାରେ ପତାକା ଉତ୍ତୋଳନ

ସେହିପରି ବ୍ଲକ ପ୍ରଶାସନ ମଧ୍ୟ କାର୍ଯ୍ୟାଳୟ ପଛ ପଟ ରାସ୍ତାରେ ଆସି କାର୍ଯ୍ୟାଳୟ ପରିସର ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ।ହେଲେ କୌଣସି ପିଆରଆଇ ସଦସ୍ୟ କିମ୍ବା ବ୍ଲକ ଅଧ୍ୟକ୍ଷଙ୍କୁ ବ୍ଲକ ପ୍ରଶାସନର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details