ଓଡିଶା

odisha

ETV Bharat / state

ନୂଆଁଖାଇ ଭେଟି, ସମ୍ବଲପୁରୀ ବିଟ୍‌ରେ ବାଜିବ ହନୁମାନ ଚାଳିଶା - ସମ୍ବଲପୁରୀ

ନୂଆଁଖାଇ ଉପଲକ୍ଷେ ଚଳଚଞ୍ଚଳ ଗାଁ ଠାରୁ ସହର । ପ୍ରଥମଥର ପାଇଁ ସମ୍ବଲପୁରୀ ତାଳରେ ନୂଆଁଖାଇ ପାଇଁ ପ୍ରସ୍ତୁତ ହେଉଛି ହନୁମାନ ଚାଳିଶା । ଅଧିକ ପଢନ୍ତୁ...

ନୂଆଁଖାଇ ପାଇଁ ପ୍ରସ୍ତୁତ ହେଲା ସମ୍ବଲପୁରୀ ତାଳରେ ହନୁମାନ ଚାଳିଶା
ନୂଆଁଖାଇ ପାଇଁ ପ୍ରସ୍ତୁତ ହେଲା ସମ୍ବଲପୁରୀ ତାଳରେ ହନୁମାନ ଚାଳିଶା

By

Published : Sep 7, 2021, 10:59 AM IST

ବୌଦ୍ଧ: ଆସୁଛି ନୂଆଁଖାଇ । ଆଉ ତିନିଦିନ ପରେ ପାଳନ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏନେଇ ପୁରପଲ୍ଲୀରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଗଣପର୍ବ ପ୍ରତ୍ୟେକ ବର୍ଷ ଧୁମଧାମରେ ପାଳନ କରାଯାଏ । କିନ୍ତୁ କରୋନା କଟକଣା ଯୋଗୁଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିରାଡମ୍ବର ଭାବରେ ଏହି ପର୍ବକୁ ପାଳନ କରାଯିବ ବୋଲି ସୂଚନା ମିଳିଛି ।

ନୂଆଁଖାଇ ପାଇଁ ପ୍ରସ୍ତୁତ ହେଲା ସମ୍ବଲପୁରୀ ତାଳରେ ହନୁମାନ ଚାଳିଶା

ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକର କେତେକ ଗ୍ରାମରେ ଏହି ଗଣପର୍ବର ଏକ ସ୍ବତନ୍ତ୍ରତା ରହିଆସିଛି । କେତେକ ସ୍ଥାନରେ ଏହି ଉତ୍ସବ ସପ୍ତାହେ ବ୍ୟାପୀ ମଧ୍ୟ ପାଳନ କରାଯାଇଥାଏ । ପାରମ୍ପରିକ ନୃତ୍ୟ ସଂଗୀତ ସହ ଅନେକ ଲୁପ୍ତ ପ୍ରାୟ କଳା ଏହି ଅବସରରେ ଦେଖିବାକୁ ମିଳିଥାଏ । ତେବେ ଏହି ନୂଆଁଖାଇ ପାଇଁ ବୌଦ୍ଧର କିଛି କଳାପ୍ରେମୀ ପ୍ରଥମ ଥର ପାଇଁ ସମ୍ବଲପୁରୀ ତାଳରେ ପ୍ରସ୍ତୁତ କରୁଛନ୍ତି ହନୁମାନ ଚାଳିଶା ।

ଢୋଲ, ନିଷାଣ, ତାସାର ଅନୁକ୍ରମ ତଥା ବ୍ୟବହାରରେ ଏଭଳି ଏକ ନିଆରା ପଦକ୍ଷେପ ପାଇଁ ପ୍ରଥମ ଥର ଚେଷ୍ଟା କରାଯାଇଛି । ପୂର୍ବରୁ ଏହାର ସଂଗୀତ ପ୍ରସ୍ତୁତି ହୋଇ ସାରିଥିବା ବେଳେ ବର୍ତ୍ତମାନ ଏହାର ଭିଡିଓ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details