ଓଡିଶା

odisha

ETV Bharat / state

ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଦିବ୍ୟାଙ୍ଗ - ସହାୟତା ଯୋଗାଇ ଦେବାକୁ ଭିନ୍ନକ୍ଷମଙ୍କ ଦାବି

ଦିବ୍ୟାଙ୍ଗଙ୍କ ପାଇଁ ସରକାର ଏତେ ଯୋଜନା କରୁଥିଲେ ବି ବୌଦ୍ଧ ଜିଲ୍ଲାର ଦୁଇ ପଞ୍ଚାୟତର ଦୁଇ ଭିନ୍ନକ୍ଷମ ପାଇଁ ସାତ ସପନ ହୋଇଛି ସରକାରୀ ଯାେଜନା । ଅଧିକ ପଢନ୍ତୁ...

ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଭିନ୍ନକ୍ଷମ
ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଭିନ୍ନକ୍ଷମ

By

Published : Oct 29, 2020, 12:24 PM IST

Updated : Oct 29, 2020, 1:11 PM IST


ବୌଦ୍ଧ: ସରକାର ରାଜ୍ୟରେ ଗରିବ ମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ହେଲେ ସମସ୍ତ ହିତାଧିକାରୀଙ୍କୁ ସବୁ ସୁବିଧା ମିଳୁନାହିଁ । ବୌଦ୍ଧ ଉପାନ୍ତ ଜିଲ୍ଲାରେ ଆଜି ବି ଦୁଇଟି ପଞ୍ଚାୟତର ଭିନ୍ନକ୍ଷମଙ୍କୁ ମିଳିନି ସରକାରୀ ସହାୟତା ।

ସାମାଜିକ ସୁରକ୍ଷା ବ୍ୟବସ୍ଥାରୁ ବଞ୍ଚିତ ଦିବ୍ୟାଙ୍ଗ

ଗୁନ୍ଦୁଳିଆ ପଞ୍ଚାୟତ ବନ୍ଧପଡା ଗ୍ରାମର ଜନୈକା ନାବାଳିକା ଜନ୍ମରୁ ମୂକ ବଧିର ଅଟନ୍ତି । ହେଲେ ଆଜି ଯାଏଁ ତାଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିତ କରାଯାଇ ନାହିଁ । ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେବା ପରେ ବି କିଛି ସୁଫଳ ମିଳି ନାହିଁ । ସେହିପରି ଟିକରପଡା ପଞ୍ଚାୟତ ତୁତୁମ ସିଂ ଗାଁରେ ବି ସମାନ ଘଟଣା ଦେଖିବାକୁ ମିଳିଛି । ଯେଉଁଠି ବୃଦ୍ଧ ଉପେନ୍ଦ୍ରଙ୍କ ପତ୍ନୀ ମୂକ ବଧିର ହୋଇଥିଲେ ମଧ୍ୟ ଆଜି ଯାଏଁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରି ନାହାନ୍ତି ।

ସରକାର ହିତାଧିକାରୀଙ୍କ ପାଇଁ ଏତେ ଯୋଜନା କରିଥିଲେ ବି ପ୍ରକୃତ ହିତାଧିକାରୀ ପାଇଁ ସାତ ସପନ ହୋଇଛି ଯୋଜନା । ଅତ୍ୟନ୍ତ ଗରିବ ଦୁଇ ପରିବାରର ଏହି ଅସହାୟଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

Last Updated : Oct 29, 2020, 1:11 PM IST

ABOUT THE AUTHOR

...view details