ଓଡିଶା

odisha

ETV Bharat / state

କାର୍ଯ୍ୟରେ ଯୋଗ ଦେଲେ ନୂତନ SP, ଆଗରେ ଅନେକ ଚ୍ୟାଲେଞ୍ଜ - କେକେବିଏନ ମାଓ ସଂଗଠନ

ବୌଦ୍ଧ ଜିଲ୍ଲାର ନୂତନ ପୋଲିସ ଆରକ୍ଷୀ ଅଧୀକ୍ଷକ ଭାବରେ ଜ୍ଞାନ ରଞ୍ଜନ ମହାନ୍ତି କାର୍ଯ୍ୟରେ ଯୋଗ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

Gyana ranjan mohanty,  new SP of boudh,  କାର୍ଯ୍ୟରେ ଯୋଗ ଦେଲେ ନୂତନ SP, ବୌଦ୍ଧର ନୂତନ ଏସପି, ଆରକ୍ଷୀ ଅଧିକ୍ଷକ,  କେକେବିଏନ ମାଓ ସଂଗଠନ, ବେଆଇନ ଗଞ୍ଜେଇ
କାର୍ଯ୍ୟରେ ଯୋଗ ଦେଲେ ନୂତନ SP, ଆଗରେ ଅନେକ ଚ୍ୟାଲେଞ୍ଜ

By

Published : Jul 12, 2021, 9:51 PM IST

ବୌଦ୍ଧ: ଜିଲ୍ଲାରେ ପୁଣି ଥରେ ଶକ୍ତି ସଂଗ୍ରହ କରୁଛି କେକେବିଏନ ମାଓ ସଂଗଠନ । ଗୋଟିଏ ମାସ ଭିତରେ ତିନି ତିନିଟି ଘଟଣାରୁ ଏହା ସ୍ପଷ୍ଟ ହୋଇଯାଇଛି । ସେପଟେ ସୋମବାର ବୌଦ୍ଧର ନୂତନ SP କାର୍ଯ୍ୟରେ ଯୋଗଦେବା ପରେ ପରେ କଣ୍ଟାମାଳ ଥାନା ଅଞ୍ଚଳରୁ ବେଆଇନ ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

କାର୍ଯ୍ୟରେ ଯୋଗ ଦେଲେ ନୂତନ SP, ଆଗରେ ଅନେକ ଚ୍ୟାଲେଞ୍ଜ

ଜିଲ୍ଲାରେ ପୁଣିଥରେ ସକ୍ରିୟ ହେବାରେ ଲାଗିଛି କେକେବିଏନ ମାଓ ସଂଗଠନ । ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ ମାଓ ଡିଭିଜନ ବା KBKN ପୁଣିଥରେ ଶକ୍ତି ସଂଗ୍ରହ କରୁଥିବା ଆଶଙ୍କା କରାଯାଇଛି । ଗତ ମାସକ ମଧ୍ୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଞ୍ଚଳରେ ତିନି ତିନି ଥର ସୁରକ୍ଷାକର୍ମୀ ଓ ମାଓବାଦୀ ସଂଘର୍ଷରୁ ଏହା ସ୍ପଷ୍ଟ ହେବା ସହିତ ଜିଲ୍ଲାରେ ସେମାନଙ୍କ ଉପସ୍ଥିତି ଜାହିର ହୋଇଛି ।

ତେବେ ଏହି ସଂଗଠନ ବର୍ତ୍ତମାନ ସମୟରେ ଛତିଶଗଡ଼ର କ୍ୟାଡେଡ ଭୁକ୍ତ ମାଓ ନେତାଙ୍କ ତତ୍ତ୍ବାବଧାନରେ ବୌଦ୍ଧ ଜିଲ୍ଲାର ନାରାୟଣପ୍ରସାଦ, ଉମା,ବରଗାଁ, ଖୁଣ୍ଟିଗୋରା, ଲମ୍ବସରୀ ଭଳି କେତେକ ପଞ୍ଚାୟତର ସ୍ଥାନୀୟ କିଛି ଯୁବକଙ୍କ ସହଯୋଗରେ ପୁଣିଥରେ ସକ୍ରିୟ ହେଉଥିବା ଚର୍ଚ୍ଚା ହେଉଛି । ତେବେ ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଭାବରେ କାହିଁକି ଘୋଷଣା କରାଗଲା ସେନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

ସେପଟେ ଏଭଳି ସମୟରେ ସୋମବାର ବୌଦ୍ଧ ଜିଲ୍ଲାର ନୂତନ ପୋଲିସ ଆରକ୍ଷୀ ଅଧିକ୍ଷକ ଭାବରେ ଜ୍ଞାନ ରଞ୍ଜନ ମହାନ୍ତି କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ ସେ କାର୍ଯ୍ୟରେ ଯୋଗ ଦେଉଦେଉ କଣ୍ଟାମାଳ ପୋଲିସ ଏକ କାର ସହିତ 77 କେଜି ବେଆଇନ ଗଞ୍ଜେଇ ଜବତ କରିଛି । ଏନେଇ ପୋଲିସ ଦୁଇ ଜଣକୁ ଗିରଫ କରିଥିବାବେଳେ ଜଣେ ଫେରାର ହୋଇଯାଇଛି । କଣ୍ଟାମାଳ ଥାନା ଅଞ୍ଚଳ ଅପରାଧୀଙ୍କ ଚରାଭୂଇଁ ପାଲଟି ଯାଇଥିବା ବେଳେ ଗଞ୍ଜେଇ ବ୍ୟବସାୟର ପେଣ୍ଠସ୍ଥଳ ମଧ୍ୟ ହୋଇଥିବା ଯୋଗୁଁ ଜିଲ୍ଲା ଏସପି ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details