ଓଡିଶା

odisha

By

Published : May 10, 2022, 8:47 AM IST

ETV Bharat / state

ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଖଳା, ଅସନ୍ତୋଷ ଜାହିର କଲେ ଅଭିଭାବକ

କୃଷି ଓ କୃଷକର ଉନ୍ନତି ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ । ହେଲେ ଉପଯୁକ୍ତ ତାଳମେଳ ଓ ଦୂରଦର୍ଶୀ କାର୍ଯ୍ୟ ଅଭାବରୁ ଏହାର ଉପକାରିତା ମିଳିପାରୁ ନାହିଁ । ଅଧିକ ପଢ଼ନ୍ତୁ

ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଖଳା, ତଦନ୍ତ ଦାବି କଲେ ଅଭିଭାବକ
ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଖଳା, ତଦନ୍ତ ଦାବି କଲେ ଅଭିଭାବକ

ବୌଦ୍ଧ: କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଉଛି । କିନ୍ତୁ ଉପଯୁକ୍ତ ତାଳମେଳ ଓ ଏହାର ବିନିଯୋଗ କାର୍ଯ୍ୟ ଠିକରେ ନହୋଇ ପାରିବାରୁ ଏହାର ସୁଫଳ ଚାଷୀ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ଏକ ଯୋଜନା ହେଲା ଗୋଷ୍ଠୀ ଖଳା । ସରକାର ଚାଷୀଙ୍କ ଧାନ ସଂଗ୍ରହ ଓ ଧାନ କ୍ରୟ ପାଇଁ କୃଷି ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ଗୋଷ୍ଠୀ ଖଳା ନିର୍ମାଣ କରିଥିଲେ ।

ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଖଳା, ତଦନ୍ତ ଦାବି କଲେ ଅଭିଭାବକ

ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ଗୋଷ୍ଠୀ ଖଳା କେବଳ ଠିକାଦାର ପୋଷା ନୀତିରେ ନିର୍ମାଣ ହୋଇଛି । କୃଷି ବିଭାଗର ଗୋଷ୍ଠୀ ଖଳା ଗୁଡିକ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ କବ୍ଜାରେ ରହିବା ସହ ଏହା ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଖାସ୍‌ କରି କୃଷିର ମୁଖ୍ୟସ୍ଥାନ ପାଲଝାର କୃଷି ଫାର୍ମରେ ଏଭଳି ଚରମ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ବିଭାଗୀୟ ଅପାରଗତା ହେତୁ କୃଷି ବିଭାଗ ଦୁର୍ନୀତିର ଗନ୍ତାଘର ପାଲଟିଛି ।

ସେପଟେ ନିୟନ୍ତ୍ରିତ ବଜାର କମିଟି ଦ୍ବାରା ନିର୍ମିତ ଗୋଷ୍ଠୀ ଖଳାରେ ମଧ୍ୟ ଦେଖିବାକୁ ମିଳିଛି ବିଚିତ୍ର ବ୍ୟବସ୍ଥା । ବୌଦ୍ଧ ସଦର ବ୍ଲକ ଅଁଳାପାଲି ପଞ୍ଚାୟତ ଅନ୍ତର୍ଗତ ଗଜରାଜପୁର ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ସାତ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥରେ ନିର୍ମାଣ ହୋଇଛି ଗୋଷ୍ଠୀ ଖଳା । ତେବେ ବିଦ୍ୟାଳୟ ପରିସରରେ ଏଭଳି ଗୋଷ୍ଠୀ ଖଳା କାହିଁକି ଓ କାହା ସ୍ବାର୍ଥରେ ନିର୍ମାଣ କରାଗଲା ସେନେଇ ଉଠିଛି ପ୍ରଶ୍ନବାଚୀ । ଏନେଇ ଉଭୟ ଚାଷୀ ଓ ଅଭିଭାବକ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details