ଓଡିଶା

odisha

ETV Bharat / state

ବିଚ୍ଛିନ୍ନାଞ୍ଚଳରେ ବିକାଶ ଅପହଞ୍ଚ, ମୌଳିକ ସୁବିଧା ସାତସପନ - Boudha 10 remote village

ବୌଦ୍ଧର ବଣପାହାଡ ଘେରା ଅପହଞ୍ଚ ଇଲାକାରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଫଳରେ ଦୁଇଟି ପଞ୍ଚାୟତର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଦଶରୁ ଉର୍ଦ୍ଧ୍ବ ଆଦିବାସୀ ଗ୍ରାମର ଅଧିବାସୀ ବିଛିନ୍ନାଞ୍ଚଳର ଜୀବନ ବିତାଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ବିଚ୍ଛିନ୍ନାଞ୍ଚଳର ଜୀବନ ବିତାଉଛନ୍ତି ଦଶରୁ ଉର୍ଦ୍ଧ୍ବ ବଣ ମୂଲକର ଅଧିବାସୀ
ବିଚ୍ଛିନ୍ନାଞ୍ଚଳର ଜୀବନ ବିତାଉଛନ୍ତି ଦଶରୁ ଉର୍ଦ୍ଧ୍ବ ବଣ ମୂଲକର ଅଧିବାସୀ

By

Published : Nov 19, 2021, 11:02 PM IST

ବୌଦ୍ଧ: ଅପହଞ୍ଚ ଅଞ୍ଚଳକୁ ଚଢି ପାରୁନି ସରକାରଙ୍କ ବିକାଶର ଗାଡି । ଦୁଇଟି ପଞ୍ଚାୟତର ଦଶରୁ ଉର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଶତାଧିକ ପରିବାର ଜଙ୍ଗଲ ଭିତରେ ବଣ ମଣିଷ ଭଳି ବଞ୍ଚିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଆମ୍ବଝରୀ ଓ ଗୁନ୍ଦୁଳିଆ ପଞ୍ଚାୟତ । ଏହି ଦୁଇ ପଞ୍ଚାୟତର ସୀମାନ୍ତ ଜଙ୍ଗଲ ଅଞ୍ଚଳ, ଯାହାକି କନ୍ଧମାଳ ଜିଲ୍ଲାକୁ ସଂଲଗ୍ନ ରହିଛି । ସେଠାରେ ମାତାଗାଡୁ, ଜିଲେଜୁ, ପଡମ, ଭୁତମୁଣ୍ଡି, ଡଙ୍କେଣୀ, କାମାରକୋଡା ଭଳି ଦଶରୁ ଊର୍ଦ୍ଧ୍ବ ଆଦିବାସୀ ଗ୍ରାମ ରହିଛି ।

ବିଚ୍ଛିନ୍ନାଞ୍ଚଳର ଜୀବନ ବିତାଉଛନ୍ତି ଦଶରୁ ଉର୍ଦ୍ଧ୍ବ ବଣ ମୂଲକର ଅଧିବାସୀ

ବଣ ପାହାଡ ଘେରା ଏହି ଅଞ୍ଚଳକୁ ଯୋଗାଯୋଗର ସମସ୍ୟା ହେତୁ ବର୍ଷ ତମାମ ଏସବୁ ଅଞ୍ଚଳର ଅଧିବାସୀ ଅତ୍ୟନ୍ତ ଦୟନୀୟ ଜୀବନଯାପନ କରନ୍ତି । ସରକାରଙ୍କ କୌଣସି କଲ୍ୟାଣକାରୀ ଯୋଜନା ଏଠାରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ଏ ସମସ୍ତ ଅଞ୍ଚଳବାସୀ ପ୍ରାୟ ତିରିଶ କିଲୋମିଟର ଘାଟି ରାସ୍ତା ଅତିକ୍ରମ କରି ଆମ୍ବଝରୀ ପଞ୍ଚାୟତର ଖଜୁରୀପଡାକୁ ଆସି ମାସକର ସରକାରୀ ଚାଉଳ, ଭତ୍ତା ଓ ସଉଦା କିଣିନିଅନ୍ତି । ଏସବୁ ଅଞ୍ଚଳରେ ଆବାସ ଯୋଜନା ଠାରୁ ନେଇ ଶିକ୍ଷା, ବିଦ୍ୟୁତ, ପାନୀୟଜଳ ସବୁକିଛି ସାତ ସପନ ସଦୃଶ । ଗମନାଗମନର ସମସ୍ୟା ହେତୁ ଏସବୁ ଅଞ୍ଚଳରେ ଆମ୍ବୁଲାନ୍ସ କେହି ଦେଖି ନାହାନ୍ତି ।

ଫଳରେ ପ୍ରସୂତୀ କିମ୍ବା ଗୁରୁତର ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳି ନପାରି ସେମାନେ ଝଡା ଫୁଙ୍କା ତଥା ତନ୍ତ୍ର ମନ୍ତ୍ରର ସହାୟତା ନେଇଥାନ୍ତି । ଏସବୁ ଅଞ୍ଚଳକୁ ସରକାରୀ ଯୋଜନା ଠିକରେ ନମିଳିଲେ ଆଗାମୀ ଦିନରେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details