ଓଡିଶା

odisha

ETV Bharat / state

ଘଞ୍ଚ ଜଙ୍ଗଲ ମଧ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ଆଢେଣୀଗଡ ପଞ୍ଚାୟତର ଉପାନ୍ତ ଗ୍ରାମ ବାରିଙ୍ଗିରେ ଶୁକ୍ରବାର ଘଞ୍ଚ ଜଙ୍ଗଲରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଲୋକଙ୍କ ସମସ୍ୟା କଥା ବୁଝିଥିଲେ ।

ଘଞ୍ଚ ଜଙ୍ଗଲ ମଧ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

By

Published : Nov 23, 2019, 2:39 AM IST

ବୌଦ୍ଧ: ଜଙ୍ଗଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି । ଲୋକଙ୍କ ଦୁର୍ଦ୍ଦଶା ଦେଖି ଜିଲ୍ଲାପାଳ ଆଶ୍ଚର୍ଯ୍ୟ ହେବା ସହ କିଭଳି ହିତାଧିକାରୀଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ସେ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ଆଢେଣୀଗଡ ପଞ୍ଚାୟତର ଉପାନ୍ତ ଗ୍ରାମ ବାରିଙ୍ଗିରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ।

ଶୁକ୍ରବାର ଏକ ଘଞ୍ଚ ଜଙ୍ଗଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ କିଛି ଅସହାୟ ହିତାଧିକାରୀ ସାହାସ ଜୁଟାଇ ଜିଲ୍ଲାପାଳଙ୍କୁ ନିଜ ନିଜର ଅସୁବିଧା ବର୍ଣ୍ଣନା କରିଥିଲେ । ଜିଲ୍ଲାପାଳ ମଧ୍ୟ ଉକ୍ତ ଘୋର ଜଙ୍ଗଲ ମଧ୍ୟରେ ପ୍ରଜାଙ୍କ ଅଭାବ ଅସୁବିଧା ତଥା ତାଙ୍କ ଜୀବନ ଜୀବିକା ସମ୍ପର୍କରେ ଆଲୋଚନା କରିଥିଲେ ।

ଘଞ୍ଚ ଜଙ୍ଗଲ ମଧ୍ୟରେ ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଜିଲ୍ଲାର ଉପାନ୍ତରେ ବାସ କରୁଥିବା ଜିଲ୍ଲାବାସୀଙ୍କ ବହୁବିଧ ସମସ୍ୟା ରହିଥିବା ବେଳେ ଏସବୁକୁ କିଭଳି ଦୂର କରାଯାଇ ପାରିବ ସେ ନେଇ ସେ ଚେଷ୍ଟା କରିବେ ବୋଲି କହିଥିଲେ । ବିଶେଷ ଭାବେ ଏହି ଅଞ୍ଚଳରେ ସାମାଜିକ ସୁରକ୍ଷା ଓ ଅନ୍ଧବିଶ୍ବାସର ବ୍ୟବସ୍ଥା ଶୋଚନୀୟ ଥିବା ବେଳେ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details