ଓଡିଶା

odisha

ETV Bharat / state

ଦୁର୍ଗମ ଅଞ୍ଚଳକୁ ବିକାଶର ବାଟ ଓଗାଳିଛି ଘାଟିରାସ୍ତା

ବିକାଶର ବାଟ ଓଗାଳିଛି ଘାଟି ଓ ଜଙ୍ଗଲ । ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଗମନାଗମନର ଅବ୍ୟବସ୍ଥା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ସେସବୁ ସ୍ଥାନରେ ଠିକରେ ପହଞ୍ଚି ପାରୁନାହିଁ । ଅଧିକ ପଢନ୍ତୁ

Government services have not been able to reach remote areas surrounded by forest hills
ଦୁର୍ଗମ ଅଞ୍ଚଳକୁ ବିକାଶର ବାଟ ଓଗାଳିଛି ବଣ ଜଙ୍ଗଲର ଘାଟିରାସ୍ତା

By

Published : Jun 24, 2022, 5:34 PM IST

ବୌଦ୍ଧ:ବଣ ପାହାଡ ଘେରା ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ, ପାନୀୟଜଳ, ଜଳସେଚନ, ସାମାଜିକ ସୁରକ୍ଷା ଭଳି ଅନେକ ଯୋଜନା ସରକାରଙ୍କ ରହିଛି । କିନ୍ତୁ ଏସବୁ ଯୋଜନାରେ ବାଧକ ସାଜୁଛି ଗମନାଗମନର ଅବ୍ୟବସ୍ଥା । ବୌଦ୍ଧ ଜିଲ୍ଲାର ପ୍ରାୟ କୋଡିଏରୁ ଉର୍ଦ୍ଧ୍ବ ପଞ୍ଚାୟତର ଏଭଳି ଅନେକ ଗ୍ରାମ ରହିଛି ଯେଉଁସ୍ଥାନକୁ ସଂଯୋଗୀକରଣ ରାସ୍ତା ନଥିବା ହେତୁ ସରକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ତେଣୁ ବିଶେଷ ଭାବରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ଅତ୍ୟନ୍ତ ଦୁର୍ବିଶହ ହୋଇପଡୁଛି ।

ଦୁର୍ଗମ ଅଞ୍ଚଳକୁ ବିକାଶର ବାଟ ଓଗାଳିଛି ବଣ ଜଙ୍ଗଲର ଘାଟିରାସ୍ତା

ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ବଝରୀ ପଞ୍ଚାୟତର ଦୁର୍ଗମ ଜିଲେଜୁ, ପଡମ,ମାତାଗାଡୁ, କାମାରକୋଡା, ଭୂତମୁଣ୍ଡି, ଡଙ୍କେଣୀ,ଡଙ୍ଗାଖୋଲ ଭଳି ଦଶରୁ ଉର୍ଦ୍ଧ୍ବ ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ କେବଳ ପାଦଚଲା ଘାଟିରାସ୍ତାରେ ପହଞ୍ଚିବାକୁ ପଡିଥାଏ ।ଏସବୁ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଆଦୌ ପହଞ୍ଚି ପାରିନାହିଁ । ଫଳରେ ଆଜି ମଧ୍ୟ ଅଞ୍ଚଳର ଅଧିବାସୀ ଝଡା ଫୁଙ୍କା,ଗୁଣିଗାରେଡି ଉପରେ ନିର୍ଭରଶୀଳ । ବିଦ୍ୟୁତ ଠାରୁ ନେଇ ପାନୀୟଜଳ ପର୍ଯ୍ୟନ୍ତ ଓ ଅଙ୍ଗନବାଡି ଠାରୁ ନେଇ ଜଳସେଚନ ପର୍ଯ୍ୟନ୍ତ ସବୁକିଛି ଅବ୍ୟବସ୍ଥିତ ହୋଇ ରହିଛି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିବା ଏସବୁ ଅଞ୍ଚଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିବା ମଧ୍ୟ ମୁସ୍କିଲ ହୋଇପଡିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆମ୍ବଝରୀ ପଞ୍ଚାୟତର କନ୍ଧ ସଂପ୍ରଦାୟ ଆଦିବାସୀ ତାଲିକାରୁ ବାଦ ପଡିଥିବାରୁ ଏଠାରେ ଆବାସ ଠାରୁ ନେଇ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ କନ୍ଧ ସଂପ୍ରଦାୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଗୁହାରି କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details